Masthead

୧୦ ଦିନ ପରେ ମିଳିଳା ଦନ୍ତାର ମୃତଦେହ

ଅନୁଗୁଳ (ବଡ଼ ଖବର ବ୍ୟୁରୋ):  ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଠାବ । ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ଅଧିନ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଗୋଟିଏ ଗୁଳିବିଦ୍ଧ ଦନ୍ତା ହାତୀ ର ଗଳିତ ମୃତ ଦେହ ଠାବ ହୋଇଛି । ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି । ହାତୀର ବୟସ ୫୦ ବର୍ଷ ବୋଲି ରେଞ୍ଜର ଲିଙ୍ଗରାଜ ଭୋଇ ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ଦେଖିଥିଲେ । ତେବେ ୧୦ ଦିନ ତଳେ ଗୁଳିବିଦ୍ଧ ହୋଇ ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । କଡା ପ୍ରାଟୋଲିଂ ଅଭାବରୁ ବନ ବିଭାଗ ପାଖରେ ଖବର ନଥିଲା । ମୃତ ଦେହ ପଚି ଦୁର୍ଗନ୍ଧ ହେବାରୁ ଘଟଣାଟି ପଦାକୁ ଆସିଛି । ଘଟଣା ସ୍ଥଳରୁ ହାତୀର ମୃତଦେହ ସହ ଦୁଇ ଫୁଟର ଦାନ୍ତ ଉଦ୍ଧାର ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ