ପୁରୀ (ବଡ଼ ଖବର ବ୍ୟୁରୋ): ଦୁଇ ଦିନ ପରେ ଘୋଷ ଯାତ୍ରା । ଯାହାକୁ ନେଇ ବଡ଼ଦାଣ୍ଡ ଚଳଚଞ୍ଚଳ । ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି କାରିଗର । ସେପଟେ ଇସ୍କନ ପକ୍ଷରୁ ହେଉଥିବା ରଥଯାତ୍ରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବା ଆବଶ୍ୟକ। ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ରଥଯାତ୍ରା ହେବା କଥା। ମହାପ୍ରଭୁଙ୍କ ପ୍ରଚାର ପ୍ରସାର ପାଇଁ ବହୁ ଭାଷାରେ ପୁସ୍ତକ ଲେଖାଯିବା ଆବଶ୍ୟକ। ଫଳରେ ବ୍ୟାପକ ପ୍ରଚାର ପ୍ରସାର ହେବାର ଆବଶ୍ୟକତା ରହିଛି।