Masthead

ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ, ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ। ୧୦ ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ। ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ ନିକଟ ଉପହାର ଗେଲେରି ଦୋକାନ ଉପର ମହଲାରେ ଏକ କୋଠରୀରେ ଏମାନେ ଏକ ବଡ ଡକାୟତି ଯୋଜନା କରୁଥିବା ପୋଲିସ ସୂଚନା ପାଇଥିଲା। ଅତର୍କିତ ଭାବରେ ଗତକାଲି ରାତିରେ ସେଠାରେ ଚଢ଼ାଉ କରିଥିଲା। ୧୦ ଜଣକୁ ଗିରଫ କରିବା ତାଙ୍କଠାରୁ ଲୁହା ପାଇପ, ରଡ଼, ଖଣ୍ଡା, ଟାଙ୍ଗିଆ ଚେନ ଭଳି ଅନେକ ମାରଣାସ୍ତ୍ର ପୋଲିସ ଜବତ କରିଛି। ଏଥିସହ ନଗଦ ପାଞ୍ଚ ହଜାର ଟଙ୍କା ଓ ଆଠଟି ମୋବାଇଲ ଜବତ କରାଯାଇଛି ।

ତେବେ ଗିରଫ ଡକାୟତ ମଧ୍ୟରେ ଆଠ ଜଣ ଯୁବକ ଥିବା ବେଳେ ଦୁଇ ଜଣ ନାବାଳକ ରହିଥିବା ପୋଲିସ ସୂଚନା ଦେଇଛି। ଗିରଫ ଡକାୟତମାନେ ହେଲେ ବଲାଙ୍ଗିର ଗେଟସରୋବର ପଡ଼ାର ସିଲୁ ସେଠ, କଂସାରିପଡ଼ାର ବବ୍ଲୁ ବେହେରା, ରାମେଶ୍ୱରନଗରର ଶିବ ପଟେଲ, ଆକାଶ ରାଓ, ତାଲପାଲିପଡ଼ାର ସିଲୁ ପ୍ରଧାନ, ରାଜୀବନଗରର ଦିଲୁ ବଂଛୋର, ବିଭୁତିପଡ଼ାର ଆକାଶ ରାଉତ ଓ ପ୍ରତାପସାଗରପଡ଼ାର ସୁମନ୍ତ ବରାଡ଼। ସେହିପରି ଏମାନଙ୍କ ଠାରୁ ପୋଲିସ ଏକ ଖଣ୍ଡା, ଲୁହା ରଡ଼, ଲୁହା ପାଇପ, ବଡ ବଡ ହାତୁଡି, ଟାଙ୍ଗିଆ ଚେନ ଇତ୍ୟାଦି ମାରଣାସ୍ତ୍ର ଜବତ ହୋଇଥିବାର ସେ କହିଛନ୍ତି। ଏନେଇ ଟାଉନ ଥାନରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ତୁଫାନ୍ ବାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା