Masthead

ଟାଟାକୁ ଘେରିଲେ କଂଗ୍ରେସ, ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟାଟାର ମନମାନି । ରାଜ୍ୟରେ ଘନଘନ ବିଜୁଳି କାଟ । ପ୍ରତିବାଦରେ କଂଗ୍ରେସର ହଲ୍ଲାବୋଲ । ଗ୍ରୀଡକୋ ଅଫିସ ଉପରକୁ ଟମାଟୋ ମାଡ଼ କଲା ଯୁବ କଂଗ୍ରେସ । ସେପଟେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ଅଘୋଷିତ ବିଜୁଳି କାଟକୁ ନେଇ ରାଜ୍ୟବାସୀ ତ୍ରାହିତ୍ରାହି ଡାକୁଛନ୍ତି । ସେପଟେ ମନ୍ତ୍ରୀ କହୁଛନ୍ତି ଯେ ପାୱାର କଟ ନୁହେଁ ଭିତ୍ତିଭୂମିର ଅଭାବ ରହିଛି । ଏହାର ପ୍ରତିବାଦରେ ଆଜି ରାଜ୍ୟ କଂଗ୍ରେସ ଗ୍ରୀଡକୋ ଅଫିସ ଘେରାଉ କରିବା ସହ ପ୍ରତିବାଦ କରିଛି । ଶହ ଶହ ସଂଖ୍ୟାରେ ଦଳର କଂଗ୍ରେସ ନେତା ଓ କର୍ମୀ ନାରାବାଜି କରିବା ସହ ଅଫିସ ଉପରକୁ କରିଥିଲେ ଟମାଟୋ ମାଡ଼ । ସେପଟେ ବକେୟା ବିଲ ଦେବାକୁ ମନାକରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜୁଳି ଭିତ୍ତିଭୂମିରେ ମହାଦୁର୍ନୀତି ହୋଇଛି ।

ରାଜ୍ୟ ସରକାର ମନ୍ତ୍ରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ କରିଛି ବିଜେପି । ଏନେଇ ଭୁବନେଶ୍ୱର ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦେଇଛନ୍ତି ସ୍ମାରକ ପତ୍ର । ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କଲାଣି ଅହେତୁକ ବିଜୁଳି କାଟ । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟ ଶାସନ ସଚିବଙ୍କ ସହ ଶକ୍ତି ଓ ଟାଟା ଅଧିକାରୀଙ୍କ ଆଲୋଚନା ପରେ ସବୁ ଫେଲ । ଯେଉଁଥିପାଇଁ ସରକାରଙ୍କୁ ଟାର୍ଟେଟ କରିଆସୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ