Masthead

ଟାଟାକୁ ଘେରିଲେ କଂଗ୍ରେସ, ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟାଟାର ମନମାନି । ରାଜ୍ୟରେ ଘନଘନ ବିଜୁଳି କାଟ । ପ୍ରତିବାଦରେ କଂଗ୍ରେସର ହଲ୍ଲାବୋଲ । ଗ୍ରୀଡକୋ ଅଫିସ ଉପରକୁ ଟମାଟୋ ମାଡ଼ କଲା ଯୁବ କଂଗ୍ରେସ । ସେପଟେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ଅଘୋଷିତ ବିଜୁଳି କାଟକୁ ନେଇ ରାଜ୍ୟବାସୀ ତ୍ରାହିତ୍ରାହି ଡାକୁଛନ୍ତି । ସେପଟେ ମନ୍ତ୍ରୀ କହୁଛନ୍ତି ଯେ ପାୱାର କଟ ନୁହେଁ ଭିତ୍ତିଭୂମିର ଅଭାବ ରହିଛି । ଏହାର ପ୍ରତିବାଦରେ ଆଜି ରାଜ୍ୟ କଂଗ୍ରେସ ଗ୍ରୀଡକୋ ଅଫିସ ଘେରାଉ କରିବା ସହ ପ୍ରତିବାଦ କରିଛି । ଶହ ଶହ ସଂଖ୍ୟାରେ ଦଳର କଂଗ୍ରେସ ନେତା ଓ କର୍ମୀ ନାରାବାଜି କରିବା ସହ ଅଫିସ ଉପରକୁ କରିଥିଲେ ଟମାଟୋ ମାଡ଼ । ସେପଟେ ବକେୟା ବିଲ ଦେବାକୁ ମନାକରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜୁଳି ଭିତ୍ତିଭୂମିରେ ମହାଦୁର୍ନୀତି ହୋଇଛି ।

ରାଜ୍ୟ ସରକାର ମନ୍ତ୍ରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ କରିଛି ବିଜେପି । ଏନେଇ ଭୁବନେଶ୍ୱର ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦେଇଛନ୍ତି ସ୍ମାରକ ପତ୍ର । ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କଲାଣି ଅହେତୁକ ବିଜୁଳି କାଟ । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟ ଶାସନ ସଚିବଙ୍କ ସହ ଶକ୍ତି ଓ ଟାଟା ଅଧିକାରୀଙ୍କ ଆଲୋଚନା ପରେ ସବୁ ଫେଲ । ଯେଉଁଥିପାଇଁ ସରକାରଙ୍କୁ ଟାର୍ଟେଟ କରିଆସୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ