ଗଞ୍ଜଡଙ୍କୁ ମାଡ଼ !

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଖୁବ୍ ଜୋରରେ ବଢ଼ିଚାଲିଛି ଗଞ୍ଜେଇ ମାଫିଆଙ୍କ ଗଞ୍ଜେଇ ଚୋରା ଚାଲାଣ । ଯେତେ ଚେଷ୍ଟା କଲେ ବି ହୋଇପାରୁନି ବେପାର । ସେପଟେ କମିଶନରେଟ୍ ପୋଲିସ ବି ଅଣ୍ଟା ଭିଡ଼ିଛି ଗଞ୍ଜେଇ ଚାଲାଣ କୁ ରୋକିବା ପାଇଁ ଓ ସୂଚନା ଅନୁସାରେ ସଫଳ ମଧ୍ୟ ହେଉଛି । ଏବେ ନିଶାଖୋର ଓ ମାଫିଆଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ପ୍ରତିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସିଜ୍ ହେଉଛି ଗଞ୍ଜେଇ ତାହା ପୁଣି ଲକ୍ଷ୍ ଲକ୍ଷ ଟଙ୍କାର ଗଞ୍ଜେଇ । ଖାଲି ଗଞ୍ଜେଇ ନୁହେଁ ତାହା ସହ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଯଥା ଡ୍ରଗ୍ସ, ଅଫିମ, ବ୍ରାଉନ ସୁଗାର ମଧ୍ୟ ଜବତ ହେଉଛି ।

ଓଡ଼ିଶା ପୋଲିସ୍ ଡିଜିଙ୍କ ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ବର ସୁଦ୍ଧା ୧୦୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି ଏବଂ ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଅନ୍ୟପଟେ ଗଞ୍ଜେଇ ମାଫିଆଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ବିଭିନ୍ନ ପନ୍ଥା ଆପଣାଉଥିଲେ ମଧ୍ୟ ତାହା ସବୁ ପୋଲିସ ସାମ୍ନାରେ ବିଫଳ ହୋଇଯାଉଛି । ବହୁତ ଚେଷ୍ଟା ପରେ ମଧ୍ୟ ହୋଇପାରୁନି ଗଞ୍ଜେଇ କାରବାର । ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢି ଚାଲୁଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଏହାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରୁଛନ୍ତି । ଏହା ଫଳରେ ଗଞ୍ଜେଇ ମାଫିଆଙ୍କ ଚିନ୍ତା ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!