Masthead

ଗଞ୍ଜଡଙ୍କୁ ମାଡ଼ !

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଖୁବ୍ ଜୋରରେ ବଢ଼ିଚାଲିଛି ଗଞ୍ଜେଇ ମାଫିଆଙ୍କ ଗଞ୍ଜେଇ ଚୋରା ଚାଲାଣ । ଯେତେ ଚେଷ୍ଟା କଲେ ବି ହୋଇପାରୁନି ବେପାର । ସେପଟେ କମିଶନରେଟ୍ ପୋଲିସ ବି ଅଣ୍ଟା ଭିଡ଼ିଛି ଗଞ୍ଜେଇ ଚାଲାଣ କୁ ରୋକିବା ପାଇଁ ଓ ସୂଚନା ଅନୁସାରେ ସଫଳ ମଧ୍ୟ ହେଉଛି । ଏବେ ନିଶାଖୋର ଓ ମାଫିଆଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ପ୍ରତିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସିଜ୍ ହେଉଛି ଗଞ୍ଜେଇ ତାହା ପୁଣି ଲକ୍ଷ୍ ଲକ୍ଷ ଟଙ୍କାର ଗଞ୍ଜେଇ । ଖାଲି ଗଞ୍ଜେଇ ନୁହେଁ ତାହା ସହ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଯଥା ଡ୍ରଗ୍ସ, ଅଫିମ, ବ୍ରାଉନ ସୁଗାର ମଧ୍ୟ ଜବତ ହେଉଛି ।

ଓଡ଼ିଶା ପୋଲିସ୍ ଡିଜିଙ୍କ ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ବର ସୁଦ୍ଧା ୧୦୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି ଏବଂ ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଅନ୍ୟପଟେ ଗଞ୍ଜେଇ ମାଫିଆଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ବିଭିନ୍ନ ପନ୍ଥା ଆପଣାଉଥିଲେ ମଧ୍ୟ ତାହା ସବୁ ପୋଲିସ ସାମ୍ନାରେ ବିଫଳ ହୋଇଯାଉଛି । ବହୁତ ଚେଷ୍ଟା ପରେ ମଧ୍ୟ ହୋଇପାରୁନି ଗଞ୍ଜେଇ କାରବାର । ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢି ଚାଲୁଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଏହାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରୁଛନ୍ତି । ଏହା ଫଳରେ ଗଞ୍ଜେଇ ମାଫିଆଙ୍କ ଚିନ୍ତା ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ