Masthead

ଜିଆରଏସଙ୍କ ଦାଦାଗିରି, ଟଙ୍କା ଫେରସ୍ଥ ମାଗିବାରୁ ହିତାଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦୋସିଙ୍ଗା ଜିଆରଏସଙ୍କ ଦାଦାଗିରି । ଆବାସ ଦେବାକୁ କହି ଲାଂଚ ନେଇଥିଲେ ଜିଆରଏସ ପୁର୍ଣ୍ଣେନ୍ଦୁ ପାତ୍ର । ଟଙ୍କା ଫେରସ୍ତ ମାଗିବାରୁ ହିତାଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜିଆରଏସ । ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତରେ କାର୍ଯ୍ୟରତ ଜିଆରଏସ ପୁର୍ଣ୍ଣେନ୍ଦୁ ପାତ୍ର ପ୍ରଧାନମନ୍ତ୍ରୀ ଆବାସ କରେଇଦେବା ପାଇଁ ସେହି ପଂଚାୟତର ରାଜୁ ଜେନାଙ୍କ ଠାରୁ ୫ହଜ଼ାର ଟଙ୍କା ଲାଞ୍ଚ ନେଇଥିଲେ ।

ପରେ ଟଙ୍କା ଫେରସ୍ତ ମାଗିବାରୁ ପୁର୍ଣ୍ଣେନ୍ଦୁ ପାତ୍ର ଏକ ଲୁହା ରଡ଼ରେ ରାଜୁଙ୍କୁ ଆକ୍ରମଣ କରିଥିଲେ ।  ରାଜୁ ତଳେ ପଡିଯୀବା ପରେ ଏକ ପଥର ଆଣି ରାଜୁଙ୍କ ମୁଣ୍ଡରେ ବାଡେଇଥିଲେ । ଖବରପାଇ ଧାମରା ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ରାଜୁଙ୍କୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲ ପରେ ଚାନ୍ଦବାଲି ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସମ୍ପୃକ୍ତ ଜିଆରଏସ ଯାଇ ଏକ ବ୍ୟାଙ୍କ ରେ ଲୁଚି ରହିଥିଲେ । ପୋଲିସ ଜିଆରଏସଙ୍କୁ ଥାନାରେ ଅଟକ ରଖିଛି । ତୁରନ୍ତ ଜିଆରଏସଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼