Masthead

ଜିଆରଏସଙ୍କ ଦାଦାଗିରି, ଟଙ୍କା ଫେରସ୍ଥ ମାଗିବାରୁ ହିତାଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦୋସିଙ୍ଗା ଜିଆରଏସଙ୍କ ଦାଦାଗିରି । ଆବାସ ଦେବାକୁ କହି ଲାଂଚ ନେଇଥିଲେ ଜିଆରଏସ ପୁର୍ଣ୍ଣେନ୍ଦୁ ପାତ୍ର । ଟଙ୍କା ଫେରସ୍ତ ମାଗିବାରୁ ହିତାଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜିଆରଏସ । ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତରେ କାର୍ଯ୍ୟରତ ଜିଆରଏସ ପୁର୍ଣ୍ଣେନ୍ଦୁ ପାତ୍ର ପ୍ରଧାନମନ୍ତ୍ରୀ ଆବାସ କରେଇଦେବା ପାଇଁ ସେହି ପଂଚାୟତର ରାଜୁ ଜେନାଙ୍କ ଠାରୁ ୫ହଜ଼ାର ଟଙ୍କା ଲାଞ୍ଚ ନେଇଥିଲେ ।

ପରେ ଟଙ୍କା ଫେରସ୍ତ ମାଗିବାରୁ ପୁର୍ଣ୍ଣେନ୍ଦୁ ପାତ୍ର ଏକ ଲୁହା ରଡ଼ରେ ରାଜୁଙ୍କୁ ଆକ୍ରମଣ କରିଥିଲେ ।  ରାଜୁ ତଳେ ପଡିଯୀବା ପରେ ଏକ ପଥର ଆଣି ରାଜୁଙ୍କ ମୁଣ୍ଡରେ ବାଡେଇଥିଲେ । ଖବରପାଇ ଧାମରା ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ରାଜୁଙ୍କୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲ ପରେ ଚାନ୍ଦବାଲି ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସମ୍ପୃକ୍ତ ଜିଆରଏସ ଯାଇ ଏକ ବ୍ୟାଙ୍କ ରେ ଲୁଚି ରହିଥିଲେ । ପୋଲିସ ଜିଆରଏସଙ୍କୁ ଥାନାରେ ଅଟକ ରଖିଛି । ତୁରନ୍ତ ଜିଆରଏସଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ