Masthead

ଡରାଇଲାଣି ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଫେରିଲା ଡେଙ୍ଗୁୁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଶା ବଂଶ ବୃଦ୍ଧି ସହ ଡେଙ୍ଗୁ ଆତଙ୍କ ମଧ୍ୟ ବଢିବାରେ ଲାଗିଛି । ସାଧାରଣତଃ ବର୍ଷା ଦିନେ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ବଢ଼ିଥାଏ । ଏଯାଏଁ ମୋଟ ୧୬ଟି ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯୬ ଜଣ ପଜିଟିଭ ଓ ଯାଜପୁର ରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତମାନ ସୁଦ୍ଧା ୧୧,୪୬୪ ଜଣଙ୍କର ଟେଷ୍ଟ କରାଯାଇଛି, ସେଥିରୁ୧୮୫ ଜଣଙ୍କର ରେଜଲ୍ଟ ପଜିଟିଭ ଆସିଛି । । ଗତବର୍ଷ ଏ ସମୟରେ ୫୯୮୧ ଜଣଙ୍କର ଟେଷ୍ଟ କରାଯାଇଥିଲା, ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ । ତେଣୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ସାମାନ୍ୟ କମ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସଂଧ୍ୟା ସମୟରେ କାମୁଡନ୍ତି ଶୋଇବା ଅବସ୍ଥାରେ ନୁହେଁ । ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ମଧ୍ୟ ବଂଶ ବିସ୍ତାର କରନ୍ତି । ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ମଶା ମାନେ ବଂଶ ବିସ୍ତାର କରନ୍ତି । କୁଲର, ଟିଣ, କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ନଦେଇ ସେଗୁଡ଼ିକୁ ସଫା କଲେ ମଶା ମାନେ ବଂଶ ବିସ୍ତାର କରିପାରିବେ ନାହିିଁ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲ ରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଜର ହେଲେ କିମ୍ବା ଡେଙ୍ଗୁର କୌଣସି ଲକ୍ଷଣ ଦେଖାଦେଲେ ଅବହେଳା ନ କରି ପରୀକ୍ଷା କରାଇନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ