Masthead

ଘାଟିରୁ ଖସିଲା ବସ୍ : ୨୫ ଛାତ୍ରଛାତ୍ରୀ ଆହତ

ଦିଗପହଣ୍ଡି, (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୭ ତାରିଖରେ ଥିଲା ଓଜେଇଇ ପରୀକ୍ଷା । ପ୍ରସ୍ତୁତ ହୋଇଥିଲେ ଗଜପତି ଜିଲ୍ଲାର କିଛି ଛାତ୍ରଛାତ୍ରୀ । କରୋନା ଯୋଗୁଁ ଯାନବାହନ ଚଳାଚଳ ସ୍ୱାଭାବିକ ନଥିବାରୁ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ଭବ ନଥିଲା । ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି ଓ ଜିରାଙ୍ଗର ଛାତ୍ରଛାତ୍ରୀମାନେ ଏକ ଘରୋଇ ବସରେ ଆଜି ରାତିରେ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲେ । ପରୀକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିଲେ । କିଛି ଛାତ୍ରଛାତ୍ରୀ ସମ୍ଭାବ୍ୟ ପ୍ରଶ୍ନ ସମ୍ପର୍କରେ ଆଲୋଚନା ମଧ୍ୟ କରୁଥିଲେ । ହଠାତ୍ ସବୁ ଓଲଟ ପାଲଟ ହୋଇଯାଇଥିଲା । ସାନଖେମୁଣ୍ଡିର ତପ୍ତପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ପାଳୁଖୋଳା ନିକଟରେ ବସଟି ୟୁ ଟର୍ଣ୍ଣ ବେଳେ ଘଟିଥିଲା ଏହି ଦୁର୍ଘଟଣା । ଖବର ପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ୨୫ଜଣ ଆହତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ