ଘାଟିରୁ ଖସିଲା ବସ୍ : ୨୫ ଛାତ୍ରଛାତ୍ରୀ ଆହତ

ଦିଗପହଣ୍ଡି, (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୭ ତାରିଖରେ ଥିଲା ଓଜେଇଇ ପରୀକ୍ଷା । ପ୍ରସ୍ତୁତ ହୋଇଥିଲେ ଗଜପତି ଜିଲ୍ଲାର କିଛି ଛାତ୍ରଛାତ୍ରୀ । କରୋନା ଯୋଗୁଁ ଯାନବାହନ ଚଳାଚଳ ସ୍ୱାଭାବିକ ନଥିବାରୁ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ଭବ ନଥିଲା । ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି ଓ ଜିରାଙ୍ଗର ଛାତ୍ରଛାତ୍ରୀମାନେ ଏକ ଘରୋଇ ବସରେ ଆଜି ରାତିରେ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲେ । ପରୀକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିଲେ । କିଛି ଛାତ୍ରଛାତ୍ରୀ ସମ୍ଭାବ୍ୟ ପ୍ରଶ୍ନ ସମ୍ପର୍କରେ ଆଲୋଚନା ମଧ୍ୟ କରୁଥିଲେ । ହଠାତ୍ ସବୁ ଓଲଟ ପାଲଟ ହୋଇଯାଇଥିଲା । ସାନଖେମୁଣ୍ଡିର ତପ୍ତପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ପାଳୁଖୋଳା ନିକଟରେ ବସଟି ୟୁ ଟର୍ଣ୍ଣ ବେଳେ ଘଟିଥିଲା ଏହି ଦୁର୍ଘଟଣା । ଖବର ପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ୨୫ଜଣ ଆହତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!