Masthead

ଦାବି ପୂରଣ ପାଇଁ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

କଟକ(ବଡ଼ ଖବର ବ୍ୟୁରୋ:):ଭୟାବହ କରୋନା ମହାମାରୀର ପ୍ରଥମ ଲହର ସମୟରେ ତାଳଦେଣ୍ଡା କେନାଲ କୂଳରୁ ଉଚ୍ଛେଦ କରି ବାଲିସାହିଠାରେ ଅସ୍ତାୟୀ ଭାବରେ ରଖାଯାଇଥିବା ବସ୍ତିବାସିନ୍ଦାମାନେ ଉଚ୍ଛେଦର ୩ବର୍ଷ ପରେବି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ତିବାସିନ୍ଦାଙ୍କ କୌଣସି ସମସ୍ୟାର ସମାଧାନ କରାଯାଇନାହିଁ । ଏହାର ପ୍ରତିବାଦରେ ବାଲିସାହି ବସ୍ତିବାସିଦନ୍ଦାଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ମୁନିସପାଲ କମିଶନରଙ୍କୁ ଭେଟି  ଦାବି ଜଣାଇଛନ୍ତି  । ପୂର୍ବଭଳି ସୌଭାଗ୍ୟ ଯୋଜନାରେ ବସ୍ତି ବାସିନ୍ଦା ମାନଙ୍କୁ ଅନ୍ତର୍ଭୁକ୍ତ କରି ବିନା ଦେୟରେ ବିଜୁଳି ସଂଯୋଗ ଦେବା ଓ ପୂର୍ବଭଳି ବିଜୁଳି ଶୁଳ୍କରେ ରିହାତି ଦେବା, କର୍ମ ସ୍ଥଳକୁ ଯିବାପାଇଁ ବସ୍ତିକୁ ମୋ ବସ ଚଳାଚଳ କରିବା ଓ ବିନା ଦେୟରେ ମୋ ବସ ରେ ଯିବା ଆସିବା ପାଇଁ ବସ୍ତି ବାସିନ୍ଦାଙ୍କୁ ପରିଚୟ ପତ୍ର ଦେବା, ବସ୍ତି ନିକଟରେ କଣ୍ଟ୍ରୋଲ ସାମଗ୍ରୀ ପାଇବାର ବନ୍ଦୋବସ୍ତ କରିବା, ବସ୍ତିରେ ଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସ୍ମାରକ ପତ୍ରରେ ଦାବି କରାଯାଇଛି ।

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ବିକ୍ଷୋଭରେ ସଂଗଠନର ଆବାହକ ଖଗେଶ୍ୱର ସେଠି, ବସ୍ତି ନେତା ଦୀପକ ଦାସ, ସଜନୀ ଦାସ,ପ୍ରଫୁଲ ଦାସ, ଉର୍ମିଳା ଦାସ, ଭଗବାନ ସେନାପତି,ଗଜେନ୍ଦ୍ର ଦାସ, ଶିବ ଦାସ,ସିପ୍ରା ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ବିକ୍ଷୋଭ ସଭାରେ ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ବିଦ୍ୟୁତ ଉପଭୋକ୍ତା ମଞ୍ଚ ଆବାହକ ରାଜକିଶୋର ମଲ୍ଲିକ, ସମାଜସେବୀ ବବି ବଳବନ୍ତରାୟ ପ୍ରମୁଖ ତାଙ୍କ ବକ୍ତବ୍ୟରେ ବସ୍ତି ବାସିନ୍ଦାଙ୍କ ଦାବି ଗୁଡିକୁ ପ୍ରଶାସନ ଯଥାଶୀଘ୍ର ପୁରଣ କରିବା ସହ ତାଙ୍କର ସମସ୍ୟା ଗୁଡିକୁ ଅବିଳମ୍ବେ ସମାଧାନ କରିବାକୁ ଦାବି କରଥିଲେ। ୫ଦଫା ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ସହ ଜିଲ୍ଲାପାଳ ପ୍ରିୟଦର୍ଶିନୀ ଜେନାଙ୍କୁ ଦିଆଯାଇଥିଲା । ସିଏମସି କମିଶନରଙ୍କୁ  ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ