Masthead

ଦିଲ୍ଲୀ ସର୍ଭିସେସ୍ ଅଧ୍ୟାଦେଶକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ସର୍ଭିସେସ୍ ଅଧ୍ୟାଦେଶକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବ ଶୁଣାଣି । ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ କରିବାକୁ ଏପରି କରାଯାଇଛି । କମିଟିରେ ୩ ଜଣ ରହିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ପ୍ରମୁଖ ସଚିବ କମିଟିର ସଦସ୍ୟ ରହିବେ । ସଂଖ୍ୟା ଗରିଷ୍ଠ ସଦସ୍ୟ ନିଷ୍ପତ୍ତି ଚୂଡ଼ାନ୍ତ ହେବ ।

ଏହି ଅଧ୍ୟାଦେଶ ଜରିଆରେ କେନ୍ଦ୍ର ସରକାର ଦିଲ୍ଲୀରେ ଶାସନ କରିବାକୁ ଚାହୁଁଛନ୍ତି ବୋଲି କହି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆମ ଆଦମୀ ସରକାର । ଏହା ଆଗରୁ ଆପ ସରକାର ଓ ଲେଫ୍ଟନାଂଟ ଗଭର୍ନରଙ୍କ ମଧ୍ୟରେ କ୍ଷମତାକୁ ନେଇ ବିବାଦ ହୋଇଥିଲା । ଏଥିରେ ନିର୍ବାଚିତ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଯାଇଥିଲା । ଯେହେତୁ ବିଧାନସବା ଅଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦ ପରାମର୍ଶ ଅନୁସାରେ ଲେଫ୍ଟନାଂଟ ଗଭର୍ନର କାମ କରିବେ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । କେବଳ ଜମି ପୋଲିସ ବିଭାଗ କେନ୍ଦ୍ର ସରକାରଙ୍କ ଅଧିନରେ ରହିବ । ତେବେ ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆପ ସରକାର । ଏନେଇ ଆଜି ସୁପ୍ରିମକୋର୍ଟରେ ହେବ ସୁପ୍ରିମ ଶୁଣାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି