Masthead

ଚିରା ପଲିଥିନ ତଳେ ଜୀବନ

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ସରକାର ବିଭିନ୍ନ ଯୋଜନାରେ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ସମସ୍ତ କଚ୍ଚାଘରକୁ ପକ୍କା କରିବାର ସ୍ଲୋଗାନ ଦେଉଥିବା ବେଳେ ବର୍ଷବର୍ଷ ଧରି ବୃଦ୍ଧା ଜଣକ ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନପଡିବା ଅତ୍ୟନ୍ତ ପରିତାପର ବିଷୟ ।

ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକର ଅଲଣ୍ଡା ପଞ୍ଚାୟତର ବକାଗୁରା ଗ୍ରାମର ଦଳିତ ବୃଦ୍ଧ କୃଷ୍ଣ ମହାନନ୍ଦ । ବୟସ ୭୦ । ଗତ ୧୨ ବର୍ଷ ହେଲା ହେବ ଘର ଖଣ୍ଡିଏ ନ ଥିବାରୁ ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ବର୍ଷା ହେଉ କି ଶୀତ ଚିରା ପଲିଥିନ ଢଙ୍କା ଭଙ୍ଗା ଦଦରା ଚାଳ ହିଁ ତାଙ୍କର ଆପଣାର । ସେଇଠାରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ପରିବାର କହିଲେ ସେ ଜଣେ । ସ୍ତ୍ରୀ ୧୪ ବର୍ଷ ହେଲା ଆରପାରିକୁ ଚାଲିଗଲେଣି । ପୁଅ ଝିଅ ମଧ୍ୟ କେହି ନାହାନ୍ତି । ଏକା ଏକା ଅସହାୟ ଅବସ୍ଥାରେ ବାଟ ଚାଲିଛନ୍ତି ।

ବାରମ୍ବାର ଗୁହାରୀ କରି ନୟାନ୍ତ ହୋଇଯିବା ପରେ ଘର ଖଣ୍ଡିଏ ମିଳିବା ଆଶା ମଧ୍ୟ ଛାଡିଦେଇଛନ୍ତି । ଅତି ଦୟନୀୟ ଅବସ୍ଥାରେ ରହୁଥିବା ବୃଦ୍ଧା ଜଣଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସଂପର୍କରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯବି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା