Masthead

ରାଜନୀତିରେ ନୈତିକତାର ପ୍ରଶ୍ନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ  ଯାହା ହେଲା ଓଡ଼ିଶାରେ ଏଭଳି କିଛି ହୋଇଥିଲା ୯ ବର୍ଷ ତଳେ, ସେଠି ଅଜିତ, ଏଠି ଥିଲେ ଭୂପିନ୍ଦର । ମହାରାଷ୍ଟ୍ରର ମହାନାଟକ ଦେଖୁଛି ସାରା ଦେଶ । ଯାହାର ସେଂଟର ପ୍ଲେୟର ହେଉଛନ୍ତି ଅଜିତ ପାୱାର । ଦଳବଦଳ ଭାରତୀୟ ରାଜନୀତିରେ ଏକ ସାଧାରଣ କଥା । କିନ୍ତୁ ଏଠି ଅସାଧାରଣ କଥା ଟି ହେଉଛି ଯେ, ଅଜିତ ପାୱାର ବିରୋଧି ଦଳର ନେତା ହୋଇ ସରକାରରେ ସାମିଲ ହୋଇଛନ୍ତି । ଦିନେ ଯେମିତି ଓଡ଼ିଶାରେ ବିରୋଧି ଦଳ ନେତା ହୋଇ ସରକାରୀ ଦଳରେ ସାମିଲ ହୋଇଥିଲେ ଭୂପିନ୍ଦର ସିଂ । ଚର୍ଚ୍ଚାରେ ଅଜିତ ପାୱାର । ସକାଳେ ଥିଲେ ବିରୋଧି ଦଳର ନେତା । ଅପରାହ୍ନରେ ସରକାରର ସଦସ୍ୟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ।

ଏମିତି ବି ଦିନେ ହୋଇଥିଲା ଓଡ଼ିଶାରେ । ଅଜିତ ମିଶିଛନ୍ତି ସରକାରରେ, ସେ ମିଶିଥିଲେ ସରକାରୀ ଦଳରେ । ମହାରାଷ୍ଟ୍ରରେ ଅଜିତ ପାୱାର, ବିରୋଧୀ ଦଳ ନେତା ଥିଲେ । ବିରୋଧିଙ୍କ କାମ ହେଉଛି ସରକାରଙ୍କ ଦୋଷ ତ୍ରୁଟି ଧରିବା । ଗଣତନ୍ତ୍ରରେ ବିରୋଧିଙ୍କ ପ୍ରମୁଖ ଭୂମିକା ଥାଏ । କିନ୍ତୁ ସେ କ୍ଷମତା ପାଇଁ ମିଶିଗଲେ ସରକାରରେ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଉପମୁଖ୍ୟମନ୍ତ୍ରୀ ହେଲେ । ଯାହା ତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛି । ଠିକ୍ ଦିନେ ଏମିତି ସ୍ଥିତି ଓଡ଼ିଶାରେ ମଧ୍ୟ ହୋଇଥିଲା । ୨୦୦୯ ନିର୍ବାଚନରେ ବିଜେପି, ବିଜେଡ଼ି ଓ କଂଗ୍ରେସ ସମସ୍ତେ ଏକୁଟିଆ ନିର୍ବାଚନ ଲଢିଥିଲେ । ବିଜେପି ଓ ବିଜେଡ଼ିର ଭାଙ୍ଗିଯାଇଥିଲା ମେଂଟ । ଆଶା କରାଯାଉଥିଲା ଯେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କିନ୍ତୁ କଂଗ୍ରେସର ପ୍ରଦର୍ଶନ ବେଶ ଖରାପ କରିଥିଲା । ମାତ୍ର ୨୭ଟି ସିଟ ଜିତିବାରେ ସମର୍ଥ ହୋଇଥିଲା ଦଳ । ବିରୋଧି ଦଳ ନେତା ହୋଇଥିଲେ ଭୂପିନ୍ଦର ସିଂ ।

୫ ବର୍ଷ ପାଇଁ ସେ ଛାୟା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଅର୍ଥାତ ସରକାରଙ୍କ ଦୋଷ ତ୍ରୁଟି ଧରିବା କାର୍ଯ୍ୟକୁ ସେ ସଠିକ ରୂପେ ନିଭାଇଥିଲେ । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପଲଟାଇଥିଲେ ରାଜ୍ୟ ରାଜନୀତିର ସମୀକରଣ । ମାର୍ଚ୍ଚ ମାସରେ ତାଙ୍କର ବିଧାୟକ ସାଥୀ ଅନୁପ ସାଏଙ୍କ ସହ ମିଶିଥିଲେ ସରକାରୀ ଦଳରେ । ଯୋଗ ଦେଇଥିଲେ ବିଜୁ ଜନତା ଦଳରେ । ଯାହା ସେତେବେଳେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ବିରୋଧି ଦଳର ନେତାମାନେ ଦଳ ପରିବର୍ତ୍ତନ କରିବା ଏକ ସାଧାରଣ କଥା । କିନ୍ତୁ ବିରୋଧୀ ଦଳ ନେତାଙ୍କର ଏପରି ଦଳ ପରିବର୍ତନ କରିବା ରାଜନୀତିକୁ ସରଗରମ କରିଦେଇଥିଲା । ଯାହା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଉଠିଥିଲା ନୀତି ଓ ନୈତିକତାର କଥା ।

ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ନର୍ଲା ଆସନରୁ ବିଜେଡ଼ି ଟିକେଟ ପାଇ ବିଜୟୀ ହୋଇଥିଲେ । ପରେ ତାଙ୍କୁ ହାଉସିଂ ବୋର୍ଡର ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା । ବିଧାନସଭାରେ ସେ କ୍ୟାବିନେଟ ପାହ୍ୟର ପଦବୀରେ ରହିଥିଲେ । ଯାହା ଥିଲା ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ଗରିମା । ବର୍ତ୍ତମାନ ସେ କେବଳ ବିଧାୟକ ଭାବେ ହିଁ କାର୍ଯ୍ୟ କରୁଛନ୍ତି । ତେବେ ରାଜ୍ୟ ରାଜନୀତିରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲେ ମଧ୍ୟ ନୀତି ଓ ନୈତିକତା କଥା ଆସିଲେ ତାଙ୍କ ଦଳ ବଦଳା ନୀତିକୁ ନେଇ ଉଠିଥାଏ ପ୍ରଶ୍ନ । ଯାହା ଆଜି ଅଜିତ ପାୱାରଙ୍କ ପ୍ରସଙ୍ଗରେ ମଧ୍ୟ ଛିଡ଼ା କରିଛି ବଡ଼ ପ୍ରଶ୍ନବାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍