Masthead

କେତେ ଘର ସିଲ୍ କରିବ ଦେଖିବା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର କିଛି କାର୍ଯ୍ୟକୁ ସାଧାରଣ ଲୋକମାନେ ଆଉ ପସନ୍ଦ କରୁନାହାନ୍ତି । ସେମାନେ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ବିରୋଧ କରୁଛନ୍ତି । ଏଇ ଯେମିତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ସିଲ୍ ଘଟଣା । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ସେମାନଙ୍କ ଘରକୁ ଅଫିସ୍ କରିବା ପାଇଁ ସାଂସଦ ଅପରାଜିତାଙ୍କୁ ନିବେଦନ କରିଛନ୍ତି । ଲୋକମାନେ ଖୋଲା ଖୋଲି କହିଛନ୍ତି, ରାଜ୍ୟ ସରକାର କେତେ ଅଫିସ୍ ସିଲ କରିବେ କରନ୍ତୁ ।

କରୋନା ରାଜନୀତିର ଶିକାର ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ୟ୍ୟାଳୟକୁ କୋଭିଡ଼ ଆଇନ ଉଲ୍ଲଘଂନ ନେଇ ସିଲ କରିଛି ଭୁବନେଶ୍ୱର ମହାନଗର ନିଗଗମ(ବିଏମ୍ ସି) । କୋଭିଡ଼ ଆଇନ ଉଲ୍ଲଘଂନ ପାଇଁ ବିଜେଡି କାର୍ୟ୍ୟାଳୟ କେବେ ସିଲ ହେବର ପ୍ରଶ୍ନ ଉଠାଇ ପ୍ରତିବାଦ କରିଥିଲେ ଅପରାଜିତା । ଆରମ୍ଭ କରିଥିଲେ ରାସ୍ତା କାର୍ୟ୍ୟାଳୟରେ ଜନ ଶୁଣାଣିି ।

ରାଜ୍ୟ ଜନସାଧାରଣଙ୍କ ତରଫରୁ ବିଭିନ୍ନ ଜିଲ୍ଲାରୁ ୨୨୩୪ ଲୋକ ନିଜ ଘରକୁ ଅଫିସ ଚଳେଇବା ପାଇଁ ଅପରାଜିତାଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ତରଫରୁ ଅନୁରୋଧ ସଂଖ୍ୟା ବଢ଼ିବରେ ଲାଗିଛି । ଏବେ ଲୋକ ଆନ୍ଦୋଳନର ରୂପ ନେଉଛି, ରାଜ୍ୟ ସରକାର କେତେ ଘରକୁ ସିଲ କରିବେ ବୋଲି ଟ୍ୱିଟ କରି କହିଛନ୍ତି ସାଂସଦ ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି