Masthead

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ବନ୍ୟାସ୍ଥିତି

ମାଲକାନଗିରିରେ (ବଡ଼ ଖବର ବ୍ୟୁରୋ): ମାଡି ଆସିଲା ପାହାଡ ପାଣି । ଲଗାଣ ବର୍ଷାରେ ବନ୍ୟା ଘେରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ । ରାସ୍ତା ଉପରେ ଆଣ୍ଠୁଏ ପାଣି । ପାହାଡ ଉପରୁ ପାଣି ଓ ଲଗାଣ ବର୍ଷା ଉପାନ୍ତ ଗାଁରେ ସୃଷ୍ଟି କରିଛି ହାହାକାର । ୨ ଦିନର ବର୍ଷା ପାଣିରେ ଅତିଷ୍ଠ ହୋଇପଡୁଛନ୍ତି ଗାଁ ଲୋକେ । ରାସ୍ତା ଠାରୁ ଆରମ୍ଭ କରି ଘର ଅଗଣା ଯାଏଁ ଆଣ୍ଠୁଏ ପାଣି । ପାହାଡି ଝରଣାରେ ଧୀରେ ଧୀରେ ଜଳସ୍ତର ବଢିବାକୁ ଲାଗିଛି।

ଏଥିଯୋଗୁ ପୁରା ଗାଁ ବନ୍ୟା ଜଳ ଘେରରେ ରହିଛି। ଚଳିତ ବର୍ଷ ସବୁ ରେକର୍ଡ଼ ଭାଙ୍ଗି ବର୍ଷା ଜଳ ଜୁଲାଇ ମାସରେ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହି ପରି ତୁଳସୀ, କେରିମେଟି, ରାସ୍ତାରେ ମାଟି ଅତଡ଼ା ଖସି ଯାତାୟତ ଠପ୍ ହୋଇଯାଇଛି। ଆଗ୍ରୀ ଯୋଡି ଆଉ ଫୁଲ ଯୋଡି ବ୍ରିଜ୍ ଉପରେ ୫ଫୁଟ ପାଣି ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼