ପୁରୀ (ବଡ଼ ଖବର ବ୍ୟୁରୋ): ସରିଗଲା ରଥଯାତ୍ରା । ହେଲେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ରଥ ଉପରେ ଅଣସେବାୟତ ବେଶରେ ଚଢିଥିଲେ ମାଳ ମାଳ ଭକ୍ତ । ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ କରି ନିଜ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି । ଏହି ଅଣସେବାୟତ ମାନେ ରଥ ଉପରକୁ କିପରି ଚଢିଲେ, ତାଙ୍କୁ କିପରି କେହି ବାରଣ କଲେ ନାହିଁ, ତାହାକୁ ନେଇ ଉଠିଛି ପ୍ରଶ୍ନ । ସୁରକ୍ଷା ବ୍ୟବସ୍ଥା କଡାକଡି ବୋଲି କୁହାଯାଉଥିବା ବେଳେ ଏହା କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥପ୍ରେମୀ ।