ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା (ବଡ଼ ଖବର ବ୍ୟୁରୋ):  ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳ ହିଂସା ଦେଖିବାକୁ ମିଳିଥିଲା । ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ବିଜେପିରୁ ୩, ସିପିଆଇ(ଏମ୍)ରୁ ୨, କଂଗ୍ରେସରୁ ୩ କର୍ମୀ ରହିଛନ୍ତି। ମହିଳାମାନେ କେତେକ ବୁଥ୍‌ରୁ ବାଲଟ ବାକ୍ସ ଚୋରାଇ ନେବା ସହ ପୋଡ଼ିଦେଇଛନ୍ତି। ମୁର୍ଶିଦାବାଦ, ନଦିଆ, କୁଚ୍‌ବିହାର ଜିଲା ସମେତ ଦକ୍ଷିଣ ୨୪ ପ୍ରଗଣାର କେତେକ ଅଞ୍ଚଳ ଏବଂ ପୂର୍ବ ମେଦିନିପୁରର ନନ୍ଦିଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରୁ ହିଂସାକାଣ୍ଡ ଲାଗିରହିଥିଲା।

ନିର୍ବାଚକୁ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ବିଜେପି ଦାବି କରିଛି। ପଞ୍ଚାୟତ ନିର୍ବାଚନ ହିଂସା ବିରୋଧରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିବା ସହ କାଳୀଘାଟରୁ ଶୋଭାଯାତ୍ରା ବାହାର କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହେଳିକା। ଅନୁଚ୍ଛେଦ ୩୫୫ ଅନୁଯାୟୀ କେବଳ ରାଷ୍ଟ୍ରପତି ଶାସନ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ