Masthead

ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

ବ୍ରଜରାଜନଗର: ଛତିଶଗଡ଼ ଡବଲ ମର୍ଡର ଘଟଣାର ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଅନ୍ତରୀଣ ଜାମିନ ମିଳିଛି । ଗତ ମାସ ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ୨ ମାସ ପାଇଁ ଅନୁପକୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସେପଟେ ଅନୁପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଛତିଶଗଡ଼ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅପରପକ୍ଷେ ଏହି ଘଟଣାକୁ ଅନେକ ଦିନ ବିତି ଯାଇଥିବାରୁ ଛତିଶଗଡ଼ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଲୋକଙ୍କ ଭିତରେ ନାନା ଚର୍ଚ୍ଚା ଲାଗିରହିଛି। ଛତିଶଗଡ଼ ପୋଲିସ ବ୍ରଜରାଜନଗରର ସାଇ ମନ୍ଦିରରୁ ଅନୁପକୁ ଉଠାଇ ନେଇଛି । କୋର୍ଟରେ ଅନୁପ ନିଜେ ରାୟଗଡ ପୋଲିସ ନିକଟକୁ ଆସିଥିବା ପୋଲିସ ଜଣାଇଛି। ସେହିପରି ବୋଲେରୋ କଥା ପୋଲିସ କହୁଥିବା ବେଳେ ହତ୍ୟାକାଣ୍ଡ ପୂର୍ବରୁ ତାହା ବିକ୍ରି ହୋଇଯାଇଥବାରୁ ପୋଲିସ ପୁଣି ଇନୋଭା ଗାଡିକୁ ଏଥିରେ ଯୋଡିଥିଲା। ସେହିପରି ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ନିଜର ଘରେ ଥିଲେ ମଧ୍ୟ ଛତିଶଗଡ଼ ପୋଲିସ ଫେରାର ରହିଥିବା କହିଥିଲା। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ପୋଲିସ ଏହି ହତ୍ୟାକାଣ୍ଡରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରୁନଥିବାରୁ ଅନୁପ ସାଏ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି