ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଲରେ ପହଞ୍ଚିଲେ ଧାନ ରୋଇଲେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ସକାଳେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରିଥିଲେ। କୁଣ୍ଡଲି ସୀମାରେ ପହଞ୍ଚିବା ପରେ ସେ ହଠାତ୍ କାର୍ଯ୍ୟକ୍ରମ ବଦଳାଇ ସୋନିପତ ଅଭିମୁଖେ ଯାତ୍ରା କରିଥିଲେ । ଗ୍ରାମରେ ବିଲରେ ଚାଷୀଙ୍କୁ ଦେଖି ଚାଷ ବିଷୟରେ ଜାଣିବା ପାଇଁ ବିଲ ଭିତରକୁ ଯାଇଥିଲେ । ପରେ କ୍ଷେତରେ ନିଜେ ଶ୍ରମିକମାନଙ୍କ ସହିତ ଧାନ ଲଗାଇବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ନିଜେ ଟ୍ରାକ୍ଟର ଚଲାଇଥିଲେ ।
हमारा अभिमान, भारत के किसान 🌾🇮🇳
जन-जन को एकजुट करना है,
सबको साथ लेकर चलना है।आज हरियाणा के सोनीपत में हमारे अन्नदाता किसानों व मेहनतकश खेत-मज़दूरों से श्री @RahulGandhi ने संवाद किया।
ये कांग्रेस पार्टी की संवेदनशीलता को दर्शाता है। pic.twitter.com/pnzM7I2jNv
— Mallikarjun Kharge (@kharge) July 8, 2023
ଯାହାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରିଛନ୍ତି । ଆଉ କହିଛନ୍ତି ଆମର ଗର୍ବ ହେଉଛି ଭାରତର କୃଷକ । ସମସ୍ତଙ୍କୁ ଏକାଠି କରିବାକୁ ହେବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ । ହରିୟାଣା ସୋନିପଥରେ ଆମ ଅନ୍ନଦାତାମାନଙ୍କ ପରିଶ୍ରମ ଦେଖିବାକୁ ମିଳିଥିଲା । ଯେଉଁଠି ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସହ ମିଶି ଆଲୋଚନା କରିଥିଲେ । ଯାହା କଂଗ୍ରେସ ନେତାଙ୍କ ସମ୍ବେଦନଶୀଳତାର ପରିଚୟ ଦେଉଛି ।