Masthead

ରାହୁଲଙ୍କୁ କମ୍ ଦଣ୍ଡ ଦିଆଯାଇଛି, ପାଞ୍ଚ ବର୍ଷ ଦଣ୍ଡିତ କରାଯିବା ଉଚିତ୍‌: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ବିପକ୍ଷରେ କୋର୍ଟ ଶୁଣାଇଥିବା ରାୟକୁ ସମର୍ଥନ ଜଣାଇଛନ୍ତି ପଦ୍ମଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ରାମଭଦ୍ରାଚାର୍ଯ୍ୟ ମହାରାଜ କହିଛନ୍ତି, ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଇତିହାସର ପୁନରାବୃତ୍ତି ଘଟାଇଛି। ନିର୍ବାଚନରେ ଜାଲିଆତି କରି ଇନ୍ଦିରା ଗାନ୍ଧୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଦଣ୍ଡିତ କରିଥିଲେ। ପୁଣିଥରେ ତାଙ୍କ ନାତି ଗୁଜରାଟ ହାଇକୋର୍ଟରୁ ଏକ ଝଟ୍‌କା ପାଇଛନ୍ତି। ରାହୁଲଙ୍କୁ କମ ଦଣ୍ଡ ଦିଆଯାଇଛି। ରାହୁଲ ଗାନ୍ଧୀଙ୍କୁ ଅତି କମରେ ପାଞ୍ଚ ବର୍ଷ ଦଣ୍ଡିତ କରାଯିବା ଉଚିତ୍‌। ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବାର କୌଣସି ଆଶା ନଥିବା କହିଛନ୍ତି ରାମଭଦ୍ରାଚାର୍ଯ୍ୟ ।

୨୦୧୯ ଲୋକ ସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ମୋଦି ସରନେମକୁ ନେଇ ଏକ ବୟାନ ଦେଇଥିଲେ । ଏନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ହାଇକୋର୍ଟରେ ଏହାର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା। ତେବେ ଏହି ରିଭୁ୍ୟ ପିଟିସନକୁ ଖାରଜ କରିଛନ୍ତି କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ