Masthead

ଓଟିପି ସେୟାରିଂ ମାମଲା, ଏଟିଏସ-ଏସଟିଏଫ-ଆଇବିର ମିଳିତ ଜେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଟିପି ସେୟାରିଂ ମାମଲା । ଏଟିଏସ, ଏସଟିଏଫ ଓ ଆଇବିର ମିଳିତ ଜେରା । ଗିରଫ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଏଟିଏସ, ଏସଟିଏଫ ଓ ଆଇବି ମିଳିତ ଭାବେ ଜେରା କରୁଛି । ୩ ସେନାବାହିନୀର ମାନଚିତ୍ର ପାକିସ୍ତାନ ପଠାଇବା ଲିଙ୍କରେ ପଚରାଉଚରା କରାଯାଉଛି । ଆର୍ମି, ବାୟୁସେନା, ନୌସନୋ ମାନଚିତ୍ର ପାକିସ୍ତାନ ପଠାଇବା ନେଇ ଅଭିଯୋଗ ହୋଇଥିଲା । ପଠାଣି ସାମନ୍ତ ପାକ୍ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦକୁ ଯାଇଛି । ପଠାଣି ସାମନ୍ତ ଅବଦୁଲ ହମିଦକୁ ଦେଇଥିବା ସିମ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।

ଅଭିଜିତର ସାଙ୍ଗ କେହି ଏଜେଣ୍ଟ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ମିଳିତ ଜେରା । ଅବଦୁଲ ହମିଦକୁ ପଠାଯାଇଥିବା ମାନଚିତ୍ର ପଶ୍ଚିମବଙ୍ଗର ଗୁଡୁ କୁମାର ମୋବାଇଲରୁ ହମିଦକୁ ପଠାଯାଇଛି । ପାକିସ୍ତାନ ଆଇଏସଆଇ ଏଜେଣ୍ଟ ମାନଙ୍କ ସହିତ କେମିତି ଥିଲା ଅଭିଜିତର ଲିଙ୍କ। କେମିତି ହେଉଥିଲା ଟଙ୍କା ଫଣ୍ଡିଂ। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ଲିକ କରିଛି । ଭାରତରେ କେତେଜଣ ଏଜେଣ୍ଟ ଅଛନ୍ତି । ଅଭିଜିତ ଭଳି ଆଉ କେତେ ଗ୍ରୁପ କାମ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛି ତଦନ୍ତକାରୀ ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା