Masthead

କରୋନା ମାଡ଼ରେ କାରିଗର ଚେପା, ପଢ଼ନ୍ତୁ ପୂରା ଖବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ଛଡାଇନେଇଛି ଜୀବନଜୀବିକା । ପ୍ରଭାବିତ ହୋଇଛି ସାଧାରଣ ଲୋକର ଜୀବନଶୈଳୀ । ଘରେ ଘରେ ବେରୋଜଗାରୀ । ଏଭଳି ପରିସ୍ଥିତିରେ ଆସିଛି ପାର୍ବଣ ଋତୁ । କାହାରି ମନରେ ସରାଗ ନାହିଁ । ଭକ୍ତ-ଭଗବାନ ଏକାଠି ହେବାର ଶୁଭ ସଙ୍କେତ ମଧ୍ୟ ମିଳୁନି । ରାଜ୍ୟ ଗୃହବିଭାଗ ପୂଜା ପାଇଁ ଜାରି କରିଛି ଏସଓପି । କାଇଦା କଟକଣା ମଧ୍ୟରେ ପୂଜା ପାଇବେ ମା’ ଦୁର୍ଗା ।

ବିଭିନ୍ନ ଦେବଦେବୀଙ୍କ ମୁଣ୍ମୟ ପ୍ରତିମା ତିଆରି କରି ଲୋକେ ପେଟ ପୋଷୁଥିଲେ । ପୁରୁଷାନୁକ୍ରମେ ଶିଳ୍ପୀ ଓ କାରିଗରମାନେ ଏହି ବ୍ୟବସାୟକୁ ଆପଣେଇ ନେଇଛନ୍ତି । ଖାଲି ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟ ନୁହେଁ, ଶିଳ୍ପୀର ଚାତୁର୍ଯ୍ୟ ଓ ପ୍ରତିଭା ପ୍ରତିଟି ମୂର୍ତ୍ତୀରେ ଝଲଝଲ ଦିଶୁଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମୂର୍ତ୍ତୀ କାରିଗର ଏବେ ଅଲୋଡା । ମହାମାରୀ କରୋନା ଛଡାଇନେଇଛି ସେମାନଙ୍କ ବେଉସା ।

ରାଜଧାନୀ ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ତିଆରି କରି ପରିବାର ଗୁଜରାଣ ମେଣ୍ଟଣ୍ଟାଉଥିବା କାରିିଗରଙ୍କ କଥା କହିଲେ ନସରେ । ଆଶା ଆଶଙ୍କାରେ କଟୁଛି ସେମାନଙ୍କ ଜୀବନ । କହିବାକୁ ଗଲେ ଘରେ ଚୁଳି ଜଳୁନି । ଘରଭଡା କଥା ପଚାରେ କିଏ ।ଜଣେ ମୂର୍ତ୍ତୀ କାରିଗର କହିଛନ୍ତି, ଗତବର୍ଷ ସେ ୨ ଶହ ମୂର୍ତ୍ତୀ ତିଆରି କରିଥିଲେ । କିନ୍ତୁ ଚଳିତ ବର୍ଷ ୨୦ ରୁ ୩୦ଟି ମୂର୍ତ୍ତୀ ତିଆରି କରିବା ପାଇଁ ଅର୍ଡର ପାଇଛନ୍ତି । କରୋନା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆମର ପ୍ରବଳ କ୍ଷତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ