Masthead

କରୋନା ମାଡ଼ରେ କାରିଗର ଚେପା, ପଢ଼ନ୍ତୁ ପୂରା ଖବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ଛଡାଇନେଇଛି ଜୀବନଜୀବିକା । ପ୍ରଭାବିତ ହୋଇଛି ସାଧାରଣ ଲୋକର ଜୀବନଶୈଳୀ । ଘରେ ଘରେ ବେରୋଜଗାରୀ । ଏଭଳି ପରିସ୍ଥିତିରେ ଆସିଛି ପାର୍ବଣ ଋତୁ । କାହାରି ମନରେ ସରାଗ ନାହିଁ । ଭକ୍ତ-ଭଗବାନ ଏକାଠି ହେବାର ଶୁଭ ସଙ୍କେତ ମଧ୍ୟ ମିଳୁନି । ରାଜ୍ୟ ଗୃହବିଭାଗ ପୂଜା ପାଇଁ ଜାରି କରିଛି ଏସଓପି । କାଇଦା କଟକଣା ମଧ୍ୟରେ ପୂଜା ପାଇବେ ମା’ ଦୁର୍ଗା ।

ବିଭିନ୍ନ ଦେବଦେବୀଙ୍କ ମୁଣ୍ମୟ ପ୍ରତିମା ତିଆରି କରି ଲୋକେ ପେଟ ପୋଷୁଥିଲେ । ପୁରୁଷାନୁକ୍ରମେ ଶିଳ୍ପୀ ଓ କାରିଗରମାନେ ଏହି ବ୍ୟବସାୟକୁ ଆପଣେଇ ନେଇଛନ୍ତି । ଖାଲି ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟ ନୁହେଁ, ଶିଳ୍ପୀର ଚାତୁର୍ଯ୍ୟ ଓ ପ୍ରତିଭା ପ୍ରତିଟି ମୂର୍ତ୍ତୀରେ ଝଲଝଲ ଦିଶୁଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମୂର୍ତ୍ତୀ କାରିଗର ଏବେ ଅଲୋଡା । ମହାମାରୀ କରୋନା ଛଡାଇନେଇଛି ସେମାନଙ୍କ ବେଉସା ।

ରାଜଧାନୀ ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ତିଆରି କରି ପରିବାର ଗୁଜରାଣ ମେଣ୍ଟଣ୍ଟାଉଥିବା କାରିିଗରଙ୍କ କଥା କହିଲେ ନସରେ । ଆଶା ଆଶଙ୍କାରେ କଟୁଛି ସେମାନଙ୍କ ଜୀବନ । କହିବାକୁ ଗଲେ ଘରେ ଚୁଳି ଜଳୁନି । ଘରଭଡା କଥା ପଚାରେ କିଏ ।ଜଣେ ମୂର୍ତ୍ତୀ କାରିଗର କହିଛନ୍ତି, ଗତବର୍ଷ ସେ ୨ ଶହ ମୂର୍ତ୍ତୀ ତିଆରି କରିଥିଲେ । କିନ୍ତୁ ଚଳିତ ବର୍ଷ ୨୦ ରୁ ୩୦ଟି ମୂର୍ତ୍ତୀ ତିଆରି କରିବା ପାଇଁ ଅର୍ଡର ପାଇଛନ୍ତି । କରୋନା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆମର ପ୍ରବଳ କ୍ଷତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ