Masthead

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସିନ୍ଦେଙ୍କ ବଡ଼ ବୈଠକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ମହାଡ୍ରାମା । ଘଡିକେ ଛୁଟୁଛି ଘୋଡ଼ା । ଦାଦା ବନାମ ପୁତୁରା ଲଢେଇ କେତେବେଳେ କେଉଁ ମୋଡ଼ ନେଉଛି ତାହା ଜଣାପଡ଼ୁନାହିଁ । କାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ହୋଇଥିଲା ବଡ଼ ବୈଠକ । ଏକାଠି ବୈଠକ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ଉପସ୍ଥିତ ଥିଲେ। ତେବେ ଦେବେନ୍ଦ୍ର ଫଡନଭିସ ପ୍ରବେଶ କରିବାର ଏକ ଘଣ୍ଟା ନଅ ମିନିଟ ପରେ ଅଜିତ ପାୱାର ବର୍ଷା ଆବାସରେ ପ୍ରବେଶ କରିଥିଲେ। ଏକ ଘଣ୍ଟା ପୂର୍ବରୁ ସଭା ଶେଷ କରିବା ପରେ ସେ ତାଙ୍କ ଦେବଗିରି ବାସଭବନକୁ ଚାଲିଗଲେ। ଏହି ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିବା କୁହାଯାଉଛି।

ତିନି ନେତା ଏକାଠି ବୈଠକ କରିବା ପରେ ରାତି ଗୋଟାଏ ୩୦ରେ ଅଜିତ ପାୱାର ସିନ୍ଦେଙ୍କ ବାସଭବନରୁ ବାହାରିଥିବାବେଳେ ଫଡନାଭିସ ରାତି ୨ଟାରେ ବାହାରିଥିଲେ । ଏବେ ବିଭାଗ ବଣ୍ଟନ ହେବାର ଅଛି । ଅଜିତ ପାୱାରଙ୍କ ଗୋଷ୍ଠୀ କିଛି ବିଭାଗ ଦାବି କରୁଥିବା ଜଣାପଡିଛି । ଯାହାକୁ ନେଇ ତିନି ଦଳ ମଧ୍ୟରେ ବୁଝମଣା ହେଉଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ ହେବା ପରେ ଶିବସେନାର ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା