Masthead

ଆବାସ ଯୋଜନାରୁ ବଞ୍ଚିତ ମଲ୍ଲିକା

ସାରସକଣା (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଭୁରୁଷାଣୀ ପଞ୍ଚାୟତର ୫୮ ବର୍ଷୀୟା ବିଧବା ମହିଳା ମଲ୍ଲିକା ମୁଦି । ପରିବାର କହିଲେ ପୁଅ, ବୋହୁ, ନାତି ଓ ନାତୁଣୀ । ପୁଅ ଟ୍ରକ ଚଲାଇ ଯାହା ରୋଜଗାର କରନ୍ତି ସେତିକିରେ ୫ପ୍ରାଣୀ କୁଟୁମ୍ବ ଚଳୁଛି । ଭଙ୍ଗା ଦଦରା ପଲିଥିନ୍ ଘରେ ବିତୁଛି ଏମାନଙ୍କ ଜୀବନ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ମଲ୍ଲିକା ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଦ୍ଧା ଫଳାଫଳ ଶୂନ ।

ଭଙ୍ଗା ଦଦରା ପଲିଥିନ୍ ଟଣା ଘର କେତେବେଳେ ଯେ ଭୁସୁଡ଼ି ପଡ଼ିବ ତାର କିଛି ଭରସା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୩୦୦ ମିଟର ଦୂରରେ ମଲ୍ଲିକାଙ୍କ ଘର ଥିବା ବେଳେ ତାଙ୍କ ଉପରେ ପଡ଼ିନାହିଁ କାହାର ନଜର । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ବାରମ୍ବାର ଜଣାଇଛନ୍ତି ମଲ୍ଲିକା । ଶେଷରେ ନିରାଶ ହୋଇ ଆଉ କାହାକୁ ଗୁହାରି କରିବି ନାହିଁ ବୋଲି କହିଛନ୍ତି ମଲ୍ଲିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ