Masthead

‘ମା’ କାନ୍ଦୁଛି, ‘ମାଟି’ ରକ୍ତରେ ଭିଜି ଯାଇଛି, ସଭିଏଁ ମୂକ ହୋଇ ଦେଖୁଛନ୍ତି: ସମ୍ବିତ ପାତ୍ର

କୋଲକାତା (ବଡ଼ ଖବର ବ୍ୟୁରୋ): ସରିଛି ନିର୍ବାଚନ ଚାଲିଛି ଭୋଟ ଗଣତି । ନିର୍ବାଚନରେ ପୂର୍ବରୁ ଘଟିଥିଲା ନିର୍ବାଚନ ହିଂସା । ନିର୍ବାଚନ ବେଳେ ମଧ୍ୟ ଘଟିଥିଲା ହିଂସା । ଖାଲି ସେତିକି ନୁହେଁ ଭୋଟ ଗଣତି ବେଳେ ବି ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଆଉ ଏହି ହିଂସାକୁ ନେଇ ବିଜେପି ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛି। ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦୟ ବୋଲି କହିଛି। ଏହି ହିଂସା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏବଂ ଏହି ସଂଘର୍ଷରେ ପ୍ରାୟ ୪୫ ଜଣଙ୍କର ମୃତ୍ୟୁ ଘଟିଛି।

ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି ଶାସକ ଟିଏମସିର ଦାଦାଗିରି ରାଜନୀତି ଭୋଟ ଗଣତି ଦିନ ମଧ୍ୟ ଜାରି ରହିଛି। ଭାଜପା ଏବଂ ଅନ୍ୟ ବିରୋଧୀ ଦଳର ଏଜେଣ୍ଟଙ୍କୁ ଗଣନା କେନ୍ଦ୍ର ପରିଦର୍ଶନ କରିବାକୁ ବାରଣ କରାଯାଇଛି। ମମତା ବାନାର୍ଜୀ ‘ମା’, ‘ମାଟି’ ଏବଂ ‘ମାନୁଷ’ ବିଷୟରେ କଥା କହୁଥିଲେ । ଆଜି ‘ମା’ କାନ୍ଦୁଛି, ‘ମାଟି’ ରକ୍ତରେ ଭିଜି ଯାଇଛି, ଏବଂ ‘ମାନୁଷ’କୁ ହତ୍ୟା କରାଯାଇଛି କିନ୍ତୁ ସଭିଏଁ ମୂକ ଦର୍ଶକ ହୋଇ ଏସବୁ ଦେଖୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏବଂ ଗଣତନ୍ତ୍ରର ହତ୍ୟାକୁ ବିଜେପି ନିନ୍ଦା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା