ପୁରୁଣା ମଦ ନୂଆ ବୋତଲ: ପୃଥ୍ୱୀରାଜ ହରିଚନ୍ଦନ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନେଇ ବର୍ଷିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ମୁଖ୍ୟକାମ। ସାମନ କଥା ପୂର୍ବରୁ ୨୨,୨୦ ଓ ୧୮ ମସିହାରେ ମଧ୍ୟ କହିଥିଲେ। ଯଦି ଲୋକଙ୍କ ଅଭିଯୋଗ ଶୁଣିବାର ଅଭ୍ୟାସ ସରକାରଙ୍କର ଥାନ୍ତା ରାଜ୍ୟବାସୀ ଏତେ ହଇରାଣ ହୋଇ ନଥାନ୍ତେ। ପୂର୍ବରୁ ସବୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଥିଲା। ବିଜୁବାବୁ ଅଭିଯୋଗ ପ୍ରକୋଷ୍ଠ ତିଆରି କରେଇ ଥିଲେ, ଲୋକଙ୍କ ସମସ୍ୟା ସମାଧାନ ପାଇଁ।

ନବୀନ ପଟ୍ଟନାୟକ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ୨୦୦୮ ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଛି। ତାକୁ କିଛି ମୁଷ୍ଟିମେୟ ଅଧିକାରୀ ବସି ହାଜିରା ଦେଉଛନ୍ତି। କୌଣସି ଜାଗାରେ ସାଧାରଣ ଲୋକଙ୍କ ଅଭିଯୋଗକୁ ବିଡ଼ିଓ ଓ ତହସିଲଦାରମାନେ ଶୁଣୁ ନାହଁନ୍ତି। ଜନ ବିରୋଧୀ ସରକାର କହିବ ଲୋକଙ୍କ ସମସ୍ୟା ଶୁଣି ସରକାର ଚଲେଇବୁ ତାହା ହାସ୍ୟାସ୍ପଦ କଥା। ଏ ସରକାର ମିଛୁଆ ରାଧୁଆରେ ପରିଣତ ହୋଇ ସାରିଛି । ଲୋକ ଏହାକୁ ଆଉ ବିଶ୍ୱାସ କରିବେନି। ଲୋକ ୨୪ ନିର୍ବାଚନ ଏହାର ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀ କୁଆଡେ ଗଲେ। କବଳ ଭିଡିଓ କଲରେ ତାଙ୍କ ଦେଖା ମିଳେ। ନିଜ କାମ ନିଜେ କରନ୍ତୁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’