Masthead

ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ପୁରୀ ଜିଲ୍ଲା ଗୋପ ବ୍ଲକରେ ଏଭଳି ଘଟଣା ଘଟିଥିବା ଆଟିଆଇ ତଥ୍ୟରୁ ଜଣାପଡ଼ିଛି । ଇଶାଣପୁର ପଂଚାୟତର ସୀତା ରାଉତଙ୍କର୨୦୧୯ମେ ୨୦ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଉଠାଯାଇଛି ୪ମାସର ଭତ୍ତା । ସେହିପରି ୨୦୧୯ ଅଗଷ୍ଟ ୧୩ରେ ରାମ ଚନ୍ଦ୍ର ଖଟେଇଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ନାମରେ ୧୪ ମାସ ଧରି ଭତ୍ତା ଟଙ୍କା ଉଠାଯାଇଛି ।

ଆଶ୍ଚର୍ଯ୍ୟ କରୁଥିବା କଥା ହେଉଛି ରାମଚନ୍ଦ୍ର ଖଟୋଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ନାମରେ ଟଙ୍କା ଉଠାଯାଉଥିବା ବେଳେ ତାଙ୍କ ପତ୍ନୀ ଶାନ୍ତି ଖଟୋଇଙ୍କ ନାମରେ ମଧ୍ୟ ଉଠିଛି ମାସିକ ବାର୍ଦ୍ଧକ୍ୟ ଟଙ୍କା, ଯେଉଁ ଟଙ୍କା ସେ ନିଜେ ଆଣି ନଥିବା ବେଳେ ଦୀର୍ଘ ୧୪ ମାସ ଧରି ତାଙ୍କ ନାମରେ ଓ ତାଙ୍କ ସ୍ୱାମୀଙ୍କ ନାମରେ ଅନ୍ୟ କେହି ଟଙ୍କା ଉଠାଇଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି। ଆଶ୍ଚର୍ଯ୍ୟ ଚକିତ ଘଟଣା ହେଉଛି ଯେଉଁ ବାର୍ଦ୍ଧକ୍ୟ ଭତ୍ତା ଶାନ୍ତି ଖଟୋଇ ଙ୍କ ନାଁ ରେ ଉଠିଛି ସେ ଭତ୍ତା ବହି ରେ ନା ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦସ୍ତଖସ୍ତ ଅଛି ନା ଶାନ୍ତି ଖଟୋଇଙ୍କର, ଏପରିକି ବହିରେ ତାଙ୍କ ଫଟୋ ମଧ୍ୟ ନାହିଁ।

ଶୈଳବାଳା ପରିଡ଼ାଙ୍କ ନାମ ଆଗରୁ ମଧୁବାବୁ ପେନସନ ଯୋଜନାରେ ନଥିଲା । ୨୦୨୦ ନଭେମ୍ବର ୫ରେ ରାତି ଅଧିଆ ତାଙ୍କ ନାମରେ କାର୍ଡ଼ କରାଯାଇ ୬ ରେ ତାଙ୍କୁ ୬ହଜାର ୫୦୦ ଟଙ୍କା ଦିଆଯାଇଛି । ସେଥିରେ ୧୧ ମାସରେ ୫ ହଜାର ୫୦୦ଓ କୋଭିଡ଼ ବାବଦକୁ ୧ହଜାର ଟଙ୍କା ଦିଆଯାଇଛି । ନୂଆ କାର୍ଡ଼ରେ ବିନା ସ୍ୱାକ୍ଷରରେ ଟଙ୍କା ଦିଆଯାଇଛି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନକରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ