Masthead

ଜନଜାତି ସମ୍ପ୍ରଦାୟଙ୍କ ରୋଚକ ପରମ୍ପରା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ) ;ଏମିତି ପରମ୍ପରା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଏହାକୁ ଜାବୁଡ଼ି ଧରିଛନ୍ତି । ଦେଶରେ ଅନେକ ଜନଜାତି ସମ୍ପ୍ରଦାୟଙ୍କର ରୋଚକ ପରମ୍ପରା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଦିବାସୀମାନଙ୍କର ବେଶ ଭୂଷା ଚାଲିଚଳଣ ନିଆରା । ସେହିଭଳି ସେମାନଙ୍କ ରୀତିନୀତି, ପରମ୍ପରା ମଧ୍ୟ ଅନନ୍ୟ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢି ଚାଲୁଛି ଦୁନିଆ । କିନ୍ତୁ ଏସବୁ ସତ୍ତ୍ୱେ କିଛି ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ମୁଖ୍ୟସ୍ରୋତର ପ୍ରଭାବରେ ବଦଳି ଯାଇନାହାନ୍ତି । ପୁରୁଣା ଆସ୍ଥା ଓ ବିଶ୍ୱାସକୁ ଜାବୁଡ଼ି ଧରି ଅଜବ ଲାଗୁଥିବା ପରମ୍ପରାକୁ ଛାଡ଼ୁ ନାହାନ୍ତି ।

ଆସନ୍ତୁ ସେଭଳି କିଛି ଭିନ୍ନ ପରମ୍ପରା ସମ୍ପର୍କରେ ଜାଣିବା । ରାଜସ୍ଥାନରେ ବାସ କରୁଥିବା ଭିଲ୍ ଜନଜାତି ଦୁନିଆର ସବୁଠାରୁ ବଡ଼ ଜନଜାତି ବୋଲି ପରିଚିତ । ଯାହାର ନିଜସ୍ୱ ପରମ୍ପରା ଓ ନିୟମ ରହିଛି । ଏହି ଲୋକମାନଙ୍କର ପରମ୍ପରା ରହିଛି ଯେ ଏଥିରେ ମହିଳାମାନେ ବହୁ ବିବାହ କରିପାରିବେ । ପ୍ରଥମ ବିବାହ ପରେ ସେମାନଙ୍କୁ ଏକାଧିକ ପତି-ପତ୍ନୀ ହେବାର ଅନୁମତି ରହିଛି । ଏହି ତାଲିକାରେ ଆନ୍ଧ୍ରପ୍ରଦେଶର ଚେଂଚସ ଜନଜାତି ମଧ୍ୟ ସାମିଲ ରହିଛି । ଏମାନଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ଅତ୍ୟନ୍ତ ପ୍ରଗତିଶୀଳ । ଯୁବକମାନଙ୍କୁ ନିଜ ପସନ୍ଦର ବିବାହ କରିବାର ସ୍ୱାଧୀନତା ରହିଛି । ଏଥିରେ ସେମାନଙ୍କର ବାପା-ମା’ ବିବାହକୁ ନେଇ କୌଣସି ଚାପ ପକାଇନଥାନ୍ତି ।

ସମାଜରେ ସାଧାରଣତଃ ଲୋକେ ନିଜ ଜାତିରେ ବିବାହ କରାଇବାକୁ ଜିଦ୍ କରୁଥବା ବେଳେ ଏହି ଜନଜାତିମାନଙ୍କର ପ୍ରଥା ରହିଛି ଯେ, ସେମାନେ ନିଜ ଗୋତ୍ରରେ ବାହା ହୋଇପାରିବେ ନାହିଁ । ଅଦ୍ଭୁତ ପରମ୍ପରା ବହନ କରୁଥିବା ଆଉ ଏକ ଜନଜାତି ହେଉଛି ସାନ୍ତାଳ ଜନଜାତି । ସାନ୍ତାଳିମାନଙ୍କର ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ନଥାଏ । କାରଣ ସେମାନେ ମୂର୍ତ୍ତି ପୂଜାରେ ବିଶ୍ୱାସ କରନ୍ତି ନାହିଁ । ସେମାନେ ମୁଖ୍ୟତଃ ଆତ୍ମାକୁ ପୂଜା କରିଥାନ୍ତି । ଏବଂ ଭୂତଙ୍କୁ ସନ୍ତୁଷ୍ଟି କରିବା ପାଇଁ ପଶୁ ବଳି ଦେବାର ମଧ୍ୟ ପ୍ରଥା ରହିଛି । ସାଧରଣତଃ ଓଡ଼ିଶା, ବିହାର, ଆସାମ ପରି ରାଜ୍ୟରେ ଏହି ଆଦିବାସୀ ଜନଜାତି ବସବାସ କରନ୍ତି । ଏହି ତାଲିକାରେ ଜାରବା ଜନଜାତି ମଧ୍ୟ ସାମିଲ ରହିଛି । ଜାରବା ଆଦିବାସୀମାନେ ହରିଣର ଶୀକାର କରନ୍ତି ନାହିଁ ।

ଏହି ଜନଜାତିର ଲୋକମାନଙ୍କର ପରମ୍ପରାରେ ପିଲାମାନେ କିଶୋରବସ୍ଥାରେ ପହଂଚିଲେ ସେମାନଙ୍କର ନାମ ପରିବର୍ତ୍ତନ କରାଯାଇଥାଏ । ଏଥି ପାଇଁ ଆୟୋଜିତ ହୋଇଥାଏ ଏକ ସଭା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଯଦି ଏହି ସମାରୋହ ଏକ ଝିଅ ପାଇଁ କରାଯାଇଥାଏ ତେବେ ନାମ ପରିବର୍ତ୍ତନ ପୂର୍ବରୁ ତାକୁ ଘୁଷୁରିର ତେଲ, ମାଟି ସହ ଟିକା ଲଗାଯାଇଥାଏ । ଏବଂ ଯଦି ଆୟୋଜନ ଜଣେ ପୁଅ ପାଇଁ ହୋଇଥାଏ, ତେବେ ଯୁବକ ଜଣକ ଘୁଷୁରିର ଶୀକାର କରିଥାଏ । ସେହି ମାଂସକୁ ଗାଁର ଲୋକମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଏହା ପରେ ହିଁ କରାଯାଇଥାଏ ନାଁ ପରିବର୍ତ୍ତନର  ପ୍ରକ୍ରିୟା । ଯେଉଁଠି ଗୋଟେ ପଟେ ଚାଲିଛି ଚନ୍ଦ୍ରାୟନ-୩ ପ୍ରସ୍ତୁତି । ହାତ ମୁଠାରେ ଜହ୍ନକୁ ଧରିବାର ଇଚ୍ଛା । ବିଜ୍ଞାନର ଜୟଯାତ୍ରାର କାହାଣୀ, ଠିକ ସେତିକି ବେଳେ ଏବେବି ବିକାଶରୁ ଦୂରରେ ଥାଇ ବିଶ୍ୱାସର ବନ୍ଧନରେ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି ଏମାନେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼