Masthead

ଅଧିନାୟକ ପଦ ଛାଡିଲେ କାର୍ତ୍ତିକ : ଜାଣନ୍ତୁ କିଏ ହେବ ପରବର୍ତ୍ତି  ଅଧିନାୟକ ?

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ ଦିନେଶ କାର୍ତ୍ତିକ । ଆଜି ସେ  ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୮ରୁ କୋଲକାତା ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ । ଗୌତମ ଗମ୍ଭୀର ଦଳ ଛାଡିବା ପରେ ସେ ଦଳର ମଙ୍ଗ ଧରିଥିଲେ । ଚଳିତ ବର୍ଷ ଆଇପିଏଲରେ କାର୍ତ୍ତିକ ୭ଟି ମ୍ୟାଚରେ ନେତୃତ୍ୱ ନେଇଥିଲେ। ସେଥିମଧ୍ୟରୁ ୪ଟି ମ୍ୟାଚ ବିଜୟ ସହ ପଏଣ୍ଟେ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।  କାର୍ତ୍ତିକଙ୍କ ସ୍ଥାନରେ ଦଳର ମଙ୍ଗ ଧରିବେ ୨୦୧୯ ବିଶ୍ୱକପ ବିଜେତା ଇଂଲଣ୍ଡ ଦଳର ଅଧିନାୟକ ଇଓନ୍ ମୋର୍ଗାନ । ମୋର୍ଗାନ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ଦାୟିତ୍ୱ ତୁଲାଇବେ ।

କାର୍ତ୍ତିକଙ୍କ ଇସ୍ତଫା ପରେ ଦଳ ପକ୍ଷରୁ କୁହାଯାଇଛି, ଆମେ ଭାଗ୍ୟବାନ ଯେ ଦିନେଶଙ୍କ ପରି ଅଧିନାୟକ ପାଇଥିଲୁ । ଯିଏ ସର୍ବଦା ଦଳକୁ ପ୍ରଥମ ସ୍ଥାନରେ ରଖୁଥିଲେ । ଏପରି ନିଷ୍ପତି ନେବାକୁ ବହୁତ ସାହସ ଦରକାର । ତାଙ୍କ ନିଷ୍ପତିରେ ଆମେ ଆଶ୍ଚର୍ୟ୍ୟ ହୋଇଯାଇଥିବା ବେଳେ ତାଙ୍କ ଇଚ୍ଛାକୁ ଆମେ ସମ୍ମାନ ଦେଉଛୁ ବୋଲି କେକେଆର ସିଇଓ ଭେଙ୍କି ମାଇସୋର କହିଛନ୍ତି । ଆମେ ମଧ୍ୟ ଭାଗ୍ୟବାନ ଯେ ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇଓନ୍ ମୋର୍ଗାନ୍ ଦଳକୁ ଆଗକୁ ନେବାକୁ ଆଗ୍ରହୀ ଅଟନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଡି.କେ ଏବଂ ଇଓନ୍ ଚମତ୍କାର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବେ ବୋଲି କେକେଆରର ସିଇଓ ଭେଙ୍କି ମାଇସୋର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି