ଗିରଫ ହେଲେ ଶେଷାଦ୍ରି ନାଗ ହତ୍ୟା ଘଟଣାର ଅଭିଯୁକ୍ତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ବଲାଙ୍ଗିର ନିଖିଳ ନଗର କଲେଜ ଛାତ୍ରୀ ଶେଷାଦ୍ରି ନାଗ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଆଗଲପୁର ଥାନା ରୋଡ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ମିଳନ ରଣା ।

ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ । ହେଲେ ଧରା ପଡିଯିବା ଭୟରେ ହତ୍ୟା ପରେ ରାଜ୍ୟ ବାହାରକୁ ଫେରାର୍ ମାରୁଥିଲା ଅଭିଯୁକ୍ତ ।ସୂଚନା ଅନୁସାରେ ଗୁରୁବାର ଏକୁଟିଆ ଥିବା ବେଳେ ଶେଷାଦ୍ରିଙ୍କ ଘରକୁ ଆସିଥିଲା ମିଲନ୍‌। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଏକ କଟୁରୀରେ ଶେଷାଦ୍ରିଙ୍କ ବେକ ପଛ ପଟେ କଟୁରୀରେ ହାଣି ଥିଲା । ଘଟଣାସ୍ଥଳରେ ଶେଷାଦ୍ରିଙ୍କ ମୃତ୍ୟୁ ପରେ ମିଲନ୍‌ ଟ୍ରେନ୍‌ରେ ଚଢ଼ି ରାଜ୍ୟ ବାହାରକୁ ପଳାଇ ଯାଉଥିଲା। ହତ୍ୟାକାଣ୍ଡ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ମାମଲାର ଛାନଭିନ୍ କରିଥିଲା।

ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏବଂ ମିଲନ୍‌ ଉପରକୁ ସନ୍ଦେହ କରି ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ମିଲନ୍‌ ରାଜ୍ୟ ବାହାରକୁ ଟ୍ରେନ୍‌ରେ ପଳାଉଥିବା ବେଳେ ଆର୍‌ପିଏଫ୍‌ର ସହାୟତାରେ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ମିଲନ୍‌କୁ ଧରି ସିନ୍‌ ରିକ୍ରିଏସନ୍‌ କରିଛି ପୋଲିସ। ତା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରାଯାଇଛି। ତେବେ ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମିଲନ୍‌ ସହ ତା ସହଯୋଗୀକୁ ମଧ୍ୟ ଗିରଫ କରାଯାଇଥିବା ଏସଡିପିଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ