Masthead

ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମୟ ସହ ପ୍ଲାଷ୍ଟିକ ସର୍ଜରୀ ଏବଂ କସମେଟିକ୍ ସର୍ଜରୀ ବୃଦ୍ଧି ପାଇଛି । ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ ସର୍ଜରି କ୍ଷେତ୍ରରେ ବୃଦ୍ଧି ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ସର୍ଜରୀର ମହତ୍ତ ଏବଂ ଏହା ସହ ଜଡ଼ିତ ସମସ୍ତ ସୂଚନା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଜୁଲାଇ ୧୫କୁ “ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ” ଭାବେ ପାଳନ କରାଯାଏ ।

ପ୍ଲାଷ୍ଟିକ ସର୍ଜରୀ ପ୍ରକୃତରେ ଏକ ପ୍ରକାର ଅସ୍ତ୍ରୋପଚାର । ଯେଉଁଥିରେ ରୋଗ, ଆଘାତ, କିମ୍ବା ଜନ୍ମରୁ ଅଙ୍ଗଗୁଡ଼ିକର ଗଠନରେ ସମସ୍ୟା ତଥା ଭିନ୍ନତାରେ ସୁଧାର କିମ୍ବା ପୁନଃ ନିର୍ମାଣ କରିବାକୁ ଚେଷ୍ଟା କରାଯାଏ ।ଏଥି ସହିତ ଆଜିର ଯୁଗରେ ଚେହେରା ତଥା ଶରୀରର ଅନେକ ଅଂଶକୁ ଠିକ କରିବା ପାଇଁ ପ୍ଲାଷ୍ଟିକ ସର୍ଜରି କରିବାର ଧାରା ବହୁତ ବୃଦ୍ଧି ପାଇଛି । ଯେଉଁଥିରେ ବେଳେବେଳେ ବିଭିନ୍ନ କାରଣରୁ କିଛି କ୍ଷତି କିମ୍ବା ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ମୁଖ୍ୟତଃ ଦୁଇ ପ୍ରକାରର ପ୍ଲାଷ୍ଟିକ ସର୍ଜରୀ ରହିଛି । ପୁନଃ ନିର୍ମାଣକାରୀ ସର୍ଜରୀ ଏବଂ କସମେଟିକ୍ ସର୍ଜରୀ । ଜନ୍ମରୁ ସୃଷ୍ଟି ହୋଇଥିବା ଅସମାନତାକୁ ଠିକ କରିବା ଯେପରିକି ଯୋଡ଼ି ହୋଇ ରହିଥିବା ଆଙ୍ଗୁଳିକୁ ଅଲଗା କରିବା, ଜନ୍ମରୁ ଥିବା ଚିହ୍ନକୁ ହଟାଇବା, ଗୁରୁତର ଭାବେ ଜଳିଯାଇଥିବା ଅଙ୍ଗ ବା ଶରୀରର ଅଶଂ, ଦୁର୍ଘଟଣା ବା ଆଘାତ ଦ୍ୱାରା ସୃଷ୍ଟି ହୋଇଥିବା ଦାଗ ଭଳି ଅସ୍ତ୍ରୋପଚାରକୁ ପୁନଃ ନିର୍ମାଣକାରୀ ସର୍ଜରୀ କୁହାଯାଏ । ସେହିପରି ଚେହେରାର ସୌନ୍ଦର୍ଯ୍ୟ ଏବଂ ଶରୀରର ଆକୃତିର ଉନ୍ନତି ପାଇଁ କସମେଟିକ୍ ସର୍ଜରୀ କରାଯାଏ ।

ଏହି ପ୍ଲାଷ୍ଟିକ ସର୍ଜରି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିକିତ୍ସା  ପଦ୍ଧତି ବିଷୟରେ ଭୁଲ ଧାରଣା ହଟାଇବା ଉଦେ୍ଦଶ୍ୟରେ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନ କରାଯାଏ । ଏହା ବ୍ୟତିତ ସମାଜରେ ପ୍ଲାଷ୍ଟିକ ସର୍ଜନଙ୍କ ଭୂମିକା ଏବଂ ଅବଦାନ ବିଷୟରେ ଲୋକଙ୍କୁ ବୁଝାଇବା ଏବଂ ସଚେତନତା କରିବା ମଧ୍ୟ ଏହି ଅଭିଯାନର ମୂଳ ଉଦେ୍ଦଶ୍ୟ । ଏହା ସହିତ ଏହି ଅବସରରେ ଅନୁସନ୍ଧାନ ଶିବିର, ସେମିନାର ଏବଂ ସଚେତନତା ବେଠକ ଆୟୋଜିତ ହୋଇଥାଏ । ସୂଚନାଯୋଗ୍ୟ ଯେ ପ୍ଲାଷ୍ଟିକ ସର୍ଜରୀ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତ ଆସୋସିଏସନର ତତ୍କାଳୀନ ସଭାପତି ଡକ୍ଟର ଏସ୍ ରାଜା ସତ୍ୟପଥୀ ପ୍ରଥମେ ୨୦୧୧ ମସିହାରେ ଜାତୀୟ ପ୍ଲାଷ୍ଟିକ ସର୍ଜରି ଦିବସ ପାଳନ କରିବାର ସଂକଳ୍ପ ନେଇଥିଲେ । ପ୍ରଥମ ଥର ପାଇଁ ୧୫ ଜୁଲାଇ ୨୦୨୧ରେ ଜାତୀୟ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନ କରାଯାଇଥିଲା । ଏହାପରେ ୨୦୨୨ମସିହା ୧୫ ଜୁଲାଇରେ ସର୍ବଭାରତୀୟ ସ୍ତରରେ ଭାବରେ ମାନ୍ୟତା ପାଇଲା । ପ୍ଲାଷ୍ଟିକ ସର୍ଜରୀ ପାଇଁ ଭାରତ ଚତୁର୍ଥ ଲୋକପ୍ରିୟ ହଟସ୍ପଟ ସ୍ଥାନ ପାଲଟିଛି । ଅର୍ନ୍ତଜାତୀୟ ସୋସାଇଟି ଅଫ୍ ଆସ୍ଥାଟିକ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ ପ୍ରାୟ ୯ ଲକ୍ଷ ୩୫ ହଜରେ ୪୮୭ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । ଆସନ୍ତା ଦୁଇ ଦଶନ୍ଧିରେ ଏହି ସଂଖ୍ୟା ୫୦% ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା