Masthead

ଜୟଦେବ ଭବନ ସଭା ପାଇଁ ସସପେଣ୍ଡ, କ’ଣ ଘଟିଥିଲା ସେଠାରେ

ମେ ୮ରେ ରିଆକ୍ସନ, ଜୁଲାଇ ୧୫ରେ ଆକ୍ସନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାହିଁକି କଟକ-ବାରବାଟୀ ବିଧାୟକଙ୍କ ଉପରେ ଲାଗିଲା ନିଲମ୍ବନ? କାହିଁକି କଂଗ୍ରେସରୁ ବିଦାହେଲେ ବସନ୍ତ ନନ୍ଦନ? ମେ ୮ରେ ରିଆକ୍ସନ, ଜୁଲାଇ ୧୫ରେ ଆକ୍ସନ । ୨ ମାସ ତଳେ ଠିକ୍ ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜୟଦେବ ଭବନରେ ସଭା ଡାକିଥିଲେ ବିଧାୟକ ମହମ୍ମଦ ମୋକିମ । ବିଷୟ ଥିଲା: ଜାନକୀ-ବସନ୍ତ ଯୋଡି, ଓଡ଼ିଶା ରାଜନୀତିର ସୁବର୍ଣ୍ଣର ଯୁଗ । ଯେଉଁ ସଭାରେ ଚିରଂଜୀବ ବିଶ୍ୱାଳ, ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ଥିଲେ । ସେଠି ଯାହା ଚର୍ଚ୍ଚା ହେଲା, ତାହା ଦଳବିରୋଧୀ ବୋଲି ପିସିସି ସଭାପତି ଧରିଲା ବୋଲି କୁହାଯାଉଛି । ସେଠାରେ ଜାନକୀ-ବସନ୍ତ ଯୁଗ କଥା ଆଲୋଚନା ହେଉ ହେଉ ଏବେର କଂଗ୍ରେସ ଅବସ୍ଥା କଥା ବି ଉଠିଲା । ଏମିତି ଉଠିଲା ଯେ, ଚିରଂଜୀବ ତ କହିଲେ, ପିସିସି ସଭାପତିମାନଙ୍କ ପୁରୁଣା ରହିଛି । ନ ହେବା ଯାଏଁ ସବୁ ଠିକ୍ ନ ହେବା ଯାଏଁ କାହାକୁ ପଚାରନ୍ତି ନାହିଁ ।

ବସନ୍ତ ବିଶ୍ୱାଳଙ୍କ ପୁଅ ତ ଏହା କହିଥିଲେ । ଅନ୍ୟ ଅତିଥି ଜାନକୀ ବାବୁଙ୍କ ଜ୍ୱାଇଁ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ମୋତେ କଂଗ୍ରେସ କ’ଣ ପାଇଁ ବାହାର କରିଛି ଆଜିଯାଏଁ କହିପାରିଲା ନାହିଁ । ଏବେ ସବୁଆଡେ ଚର୍ଚ୍ଚା ହେଉଛି କଂଗ୍ରେସର ୯ ବିଧାୟକ ବିଜେଡିରେ ମିଶିଯିବେ ବୋଲି କହିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ତେବେ ସଭା ପରେ ମୋକିମ କିନ୍ତୁ କହିଥିଲେ ଦଳର ଉଥାନ ପାଇଁ ଏଭଳି ସଭାର ଆୟୋଜନ ହୋଇଥିଲା ।

ସଭା ଡାକିଥିଲେ କଂଗ୍ରେସ ବିଧାୟକ । କଂଗ୍ରେସର ପୁରୁଣା କଥା ହେଉ ହେଉ ଆଜିର ଅବସ୍ଥାକୁ ନେଇ ଦଳ ସହିଥିଲା ସମାଲୋଚନା । ଏହାକୁ ଗଣ୍ଠି କରି ମୋକିମ ଓ ଚିରଂଜୀବଙ୍କୁ ଯାଇଥିଲା ଶୃଙ୍ଖଳା କମିଟିର ନୋଟିସ । ଏବେ ଆସିଛି ସସପେଣ୍ଡ ଅର୍ଡର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା