Masthead

ଦୁର୍ଘଟଣାରେ ନବବିବାହିତାଙ୍କ ମୃତ୍ୟୁ

ରେଙ୍ଗାଲି(ବଡ଼ ଖବର ବ୍ୟୁରୋ): ରେଙ୍ଗାଲିରେ ମମର୍ନ୍ତୁଦ ସଡକ ଦୁର୍ଘଟଣା । ଜଣେ ନବବିବାହିତା ମହିଳାଙ୍କୁ ଘୋଷାଡି ନେଲା ଟ୍ରକ । ଭୂଷଣ ପ୍ଲାଣ୍ଟ ସମ୍ମୁଖରେ ଦୁର୍ଘଟଣାରେ ଗୀତା ମେହେର ନାମ୍ନୀ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ତାଙ୍କ ବାପଘର ରେଙ୍ଗାଲି ରାମଚନ୍ଦ୍ରନଗରରୁ ବାହାରି ନିଜ ସ୍ୱାମୀ ସହିତ ମଟର ସାଇକେଲ ଶଶୁର ଘର ହସାମୁରା କଟାପାଲି ଅଭିମୁଖେ ଯାତ୍ରା କରୁଥିଲେ।

ଏହି ସମୟରେ ଠେଲକୋଲୋଇ ଭୂଷଣ ଛକ ଠାରେ ଏକ ଟ୍ରଲର ଗାଡ଼ି ପଛ ପଟୁ ମଟରସାଇକେଲ ଟିକୁ ଧକ୍କା ଦେଇଥିଲା। ଫଳରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ଗାଡ଼ିରୁ ଖସି ପଡ଼ିଥିଲେ। ଟ୍ରଲରଟି ମହିଳାଙ୍କ ଉପରେ ଚଢିଯାଇ ପ୍ରାୟ ୫୦ ମିଟର ରାସ୍ତାରେ ଘୋଷାଡ଼ି ନେଇଯାଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଘଟଣା ସ୍ଥଳରେ ଠେଲକୋଲୋଇ ପୋଲିସ ପହଁଚି ଗାଡ଼ିକୁ ଜବତ କରିଥିଲେ ଏବଂ ଆହତଙ୍କୁ ଝାରସୁଗୁଡା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା