Masthead

ଯୋଗ୍ୟତା +୨, ପରିଚୟ ଡାକ୍ତର

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ନିଜକୁ ଏମ୍ସ ଡାକ୍ତର କହି କ୍ଲିନିକ ଖୋଲିଥିବା ନକଲି ଡ଼ାକ୍ତର ଗିରଫ । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ। ବାବୁଲ କ୍ଲିନିକ ରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ । ବ୍ରହ୍ମପୁର ଏସପି ଙ୍କ ନିର୍ଦେଶକ୍ରମେ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁ ର ଶୁଭ୍ରଜିତ ପଣ୍ଡା । ସାନଖେମୁଣ୍ଡି ସମେତ କଟକ ର ଘରୋଇ କ୍ଲିନିକ ରେ ପୋଲିସ ଯାଞ୍ଚ କରିବା ସହ ଡ଼ାକ୍ତର ଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି । କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡି ର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ ।

ନିଜକୁ ଦିଲ୍ଲୀ , ଭୁବନେଶ୍ୱର ଏମ୍ସ ର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ଡାକ୍ତର  ପଣ୍ଡା ପୂର୍ବରୁ ଫେବୃଆରୀ ୨୦୨୦ ମସିହା ରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲ କୁ ପଠାଇଥିଲ।  ପୋଲିସ ର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତର ମାନଙ୍କ ନିକଟରେ ଟ୍ରେନିଂ ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟଟିଭ ମାନଙ୍କୁ ଧରି କରୁଥିଲେ ଚିକିତ୍ସା । ଗୋଟିଏ ରୋଗୀ କୁ ପାଞ୍ଚ ମିନଣ୍ଟ ଦେଖିବା ପାଇଁ ନେଉଥିଲେ ୩୦୦ ଟଙ୍କା ର ଫିସ । ସାନଖେମୁଣ୍ଡି ବବୁଲ କ୍ଲିନିକ ଜଣେ ସରକାରୀ ମେଡିକାଲ କିଭଳି କରିଛନ୍ତି ତାହାର ବି ତଦନ୍ତ ହେବ ବୋଲି ସୂଚନା ମିଳିଛି । ଡାକ୍ତର ମାତ୍ର ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି ।

ପତ୍ନୀ ଦିଗପହଣ୍ଡି ଥାନା କୁ ଆସିବା ପରେ ଜାଣିଛନ୍ତି ପକୃତ ସତ । ଦୁଇ ଦିନ ତଳେ ଦିଗପହଣ୍ଡି ଥାନା ଅଧିକାରୀ ଏବଂ ଏକ ଟିମ ଏସପି ଙ୍କ ନିର୍ଦ୍ଦେଶ ରେ ନିଜେ ଏମ୍ସ ଡାକ୍ତର ଙ୍କ ନିକଟକୁ ଚିକିତ୍ସା ହେବାକୁ ଯାଇ ଗିରଫ କରି ଅଧିକ ପଚରାଉଚରା କରି ସତ ବାହାରକରିଛି । ତେବେ ସେ ଜଣେ ନକଲି ଡାକ୍ତର ବୋଲି କ୍ଲିନିକ ଵାଲା ଜାଣି ନଥିଲେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ