Masthead

ନୀଳାଦ୍ରିବିଜେ ଠାରୁ ହୋଇନି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ (ବଡ଼ ଖବର ବ୍ୟୁରୋ):  ସ୍ନାନପୂର୍ଣ୍ଣିମା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଗୋଟିଏ ପରେ ଗୋଟିଏ ବିଭ୍ରାଟ ଦେଖିବାକୁ ମିଳିଛି । ସ୍ନାନପୂର୍ଣ୍ଣିମା ନୀତିରେ ବିଳମ୍ବ ହୋଇଥିଲା । ପରେ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ  ମହାପ୍ରଭୁଙ୍କ ସବୁ ନୀତିରେ ବିଭ୍ରାଟ ହୋଇଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ପୁଣି ବନକଲାଗି ନୀତି ନେଇ କିଛି ଦିନ ହେବ ବିବାଦ ଲାଗି ରହିିଛି । ନୀଳାଦ୍ରିବିଜେ ଠାରୁ ମହାପ୍ରଭୁଙ୍କ ହୋଇନି ବନକଲାଗି ନୀତି ।

ନୀତି ହୋଇନଥିବା କହିଛନ୍ତି ଦଇତାପତି ସେବକ ବିନାୟକ ଦାସମହାପାତ୍ର । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ ଅନୁଯାୟୀ ପ୍ରତ୍ୟକ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବା କଥା । କିନ୍ତୁ ପ୍ରଶାସନ ଏ ସବୁ ପରମ୍ପରାକୁ ଅବହେଳା କରୁଥିବା କହିଛନ୍ତି ବନକଲାଗି ନୀତି ସମ୍ପାଦନା କରୁଥିବା ଦତ୍ତମହାପାତ୍ର ସେବାୟତ । ଏପରିକି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ନକଲି କସ୍ତୁରୀ ଗୁଣ୍ଡ ମଧ୍ୟ ବ୍ୟବହାର ହେଉଥିବା ଦତ୍ତମହାପାତ୍ର ସେବାୟତ କହିଥିବାବେଳେ ସପ୍ତାହକୁ ଚାରି ଥର ବନକଲାଗି ନୀତି ହେଲେ ଶ୍ରୀମୁଖ ପ୍ରତି ବିପଦ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ କହିଛନ୍ତି ।

ସେପଟେ ଗୁରୁବାର ପରିବର୍ତ୍ତେ ବୁଧବାର ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତିକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ