Masthead

ନୀଳାଦ୍ରିବିଜେ ଠାରୁ ହୋଇନି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ (ବଡ଼ ଖବର ବ୍ୟୁରୋ):  ସ୍ନାନପୂର୍ଣ୍ଣିମା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଗୋଟିଏ ପରେ ଗୋଟିଏ ବିଭ୍ରାଟ ଦେଖିବାକୁ ମିଳିଛି । ସ୍ନାନପୂର୍ଣ୍ଣିମା ନୀତିରେ ବିଳମ୍ବ ହୋଇଥିଲା । ପରେ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ  ମହାପ୍ରଭୁଙ୍କ ସବୁ ନୀତିରେ ବିଭ୍ରାଟ ହୋଇଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ପୁଣି ବନକଲାଗି ନୀତି ନେଇ କିଛି ଦିନ ହେବ ବିବାଦ ଲାଗି ରହିିଛି । ନୀଳାଦ୍ରିବିଜେ ଠାରୁ ମହାପ୍ରଭୁଙ୍କ ହୋଇନି ବନକଲାଗି ନୀତି ।

ନୀତି ହୋଇନଥିବା କହିଛନ୍ତି ଦଇତାପତି ସେବକ ବିନାୟକ ଦାସମହାପାତ୍ର । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ ଅନୁଯାୟୀ ପ୍ରତ୍ୟକ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବା କଥା । କିନ୍ତୁ ପ୍ରଶାସନ ଏ ସବୁ ପରମ୍ପରାକୁ ଅବହେଳା କରୁଥିବା କହିଛନ୍ତି ବନକଲାଗି ନୀତି ସମ୍ପାଦନା କରୁଥିବା ଦତ୍ତମହାପାତ୍ର ସେବାୟତ । ଏପରିକି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ନକଲି କସ୍ତୁରୀ ଗୁଣ୍ଡ ମଧ୍ୟ ବ୍ୟବହାର ହେଉଥିବା ଦତ୍ତମହାପାତ୍ର ସେବାୟତ କହିଥିବାବେଳେ ସପ୍ତାହକୁ ଚାରି ଥର ବନକଲାଗି ନୀତି ହେଲେ ଶ୍ରୀମୁଖ ପ୍ରତି ବିପଦ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ କହିଛନ୍ତି ।

ସେପଟେ ଗୁରୁବାର ପରିବର୍ତ୍ତେ ବୁଧବାର ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତିକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି