Masthead

‘ବାପୁଙ୍କ ନାଁରେ କେସ ଥିଲା, ମୁଁ ସୁପାରିସ କରିନି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜ୍ୟୋତିକାନ୍ତଙ୍କୁ ନେଇ ଏବେ ବିଜେଡିରେ କମ୍ପନ । ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଦାୟୀ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ । ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ ।

ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଆମକୁ କୁହାଯାଇଥିଲା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ଲିଷ୍ଟକୁ ଆସିଲା ମୁଁ ଜାଣିନି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି । ବାପୁ ନାଁରେ କେସ ଅଛି । ତାକୁ ପଦ ପଦବୀ ପାଇଁ ମୁଁ ସୁପାରିଶ କରିନି । ଦଳରେ ପଦ ପଦବୀ ଅଥବା ଉପ ସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ ବୋଲି କହିଲେ ସମ୍ବିତ ।

ମୋତେ ନାଁ ଗୁଡା ଅସ୍ବଭାବିକ ଲାଗିବା ପରେ ମୁଁ ପଚାରିଥିଲି ପ୍ରଶାନ୍ତ ମୁଦୁଲି ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ବିଶେଷକୁ ବାଛିବା ଦରକାର । ପଦବୀଟା ବି ବହୁ ଗୁରୁତ୍ୱପୂର୍ଣ୍ଣ । ଦଳ ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବିନି ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ । ସବୁକିଛି ଜାଣୁଛନ୍ତି ଏଇ କଥା ବି ଜାଣିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’