ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା । ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ । ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚ ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।
ଆଉ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି । ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।