ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ ବିବ୍ରତ ହୋଇଛି । ଯାହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ଦେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୋରେନ କହିଛନ୍ତି ଯେ ଏହି ଘଟଣା ଦେଶ ଇତିହାସର ଏକ କଳା ଅଧ୍ୟାୟ ଭାବରେ ସର୍ବଦା ସ୍ମରଣୀୟ ହୋଇ ରହିବ।
ମଣିପୁର ପ୍ରାୟ ୮୦ଦିନ ଧରି ଅରାଜକତା ଦେଇ ଗତି କରିଛି । ମଣିପୁରରେ ଯାହା ଘଟିଛି ତାହାକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ଗୁରୁବାର ଯେତେବେଳେ ଲୋକସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିଲା, କେନ୍ଦ୍ର ଏହାର ନିରବତାକୁ ଭାଙ୍ଗି ଦେଇଥିଲା । ଦେଶର ବିକାଶ କଥା ଯଦି ଆଲୋଚନା କରାଯାଏ, ଆପଣଙ୍କୁ ବିଶ୍ୱର ବିଭିନ୍ନ ଦେଶରେ ସ୍ବାଗତ କରାଯାଇଛି । କିନ୍ତୁ ଏହି ଘଟଣା ଦେଶ ତଥା ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଯୋଡିବାରେ ସାହାଯ୍ୟ କରିବ ।