Masthead

ମାନବିକତା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ

ରାଇଘର (ବଡ଼ ଖବର ବ୍ୟୁରୋ):  ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମାନବିକତା ଆଗରେ ଫିକା ପଡିଗଲା ରକ୍ତ ସମ୍ପର୍କ। ମୃତ୍ୟପରେ ବି ପିଛା ଛାଡ଼ିଲାନାହିଁ ଜାତିପ୍ରଥା। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରେ। ଘଟଣା ଅନୁସାରେ ଖାତିଗୁଡାଗାଁରେ ରହୁଥିବା ଲକ୍ଷ୍ମୀ ପାତ୍ରଙ୍କ ଝିଅ ପାଇକ ଜାତିର ହୋଇଥିବାବେଳେ ଯମୁନା ପାତ୍ର ପାଞ୍ଚବର୍ଷ ତଳେ ପିତାମ୍ବର ହରିଜନ ନାମକ ହରିଜନ ଜାତିର ପୁଅକୁ ଭଲପାଇ ବାହା ହୋଇଥିଲା ।

ମାଆ ଲକ୍ଷ୍ମୀଙ୍କର ଦେହ ଅସୁସ୍ଥ ହେବାରୁ ଗତ ୧ ବର୍ଷ ଧରି ଝିଅ ଯମୁନା ମାଆ ପାଖରେ ରହି ମା’ର ସେବା କରି ଆସୁଥିଲା । ଯମୁନାଙ୍କ ସ୍ୱାମୀ ପିତାମ୍ବର ମଧ୍ୟ ଶାଶୁଘରଜୁ ଯିବା ଆସିବା କରୁଥିଲା । ଏବେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀର ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଶବ ଆଣିବା ପରେ ଅଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ଛୁଇଁଲେନି ସମ୍ପର୍କୀୟ । କାଳେ ବିରୋଧ କରିବେ ବୋଲି ଯମୁନା କେଉଁଆଡ଼େ ଚାଲିଯାଇଥିଲା।

ଲକ୍ଷ୍ମୀଙ୍କ ଶବ ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରଶିଥିଲା ସିନା କୌଣସି ଜାତିର ଲୋକ କେହି ନଥିଲେ। ହରିଜନ ଜାତିରେ ବାହା ହୋଇଥିବାରୁ ଝିଅକୁ ଘରେ ଆଣି ରଖିବା ଓ ତା ରନ୍ଧା ଖାଦ୍ୟ ଖାଉଥିଲା ବୋଲି ଲକ୍ଷ୍ମୀଙ୍କ ସମ୍ପର୍କୀୟମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ୧୧ ଘଣ୍ଟା କାଳ ଏହିଭଳି କାନ୍ଧ ଅପେକ୍ଷାରେ ପଡି ରହିବାପରେ ଶେଷରେ ସ୍ଥାନୀୟ ପରଜାବାରଙ୍ଗପଦର ସରପଞ୍ଚଙ୍କ ସ୍ୱାମୀ ସଦା ଯାନୀ ସମ୍ପର୍କୀୟଙ୍କୁ ଅନେକ ବୁଝାଇବା ପରେ ସମ୍ପର୍କୀୟ ମାନେ ଶବ ଛୁଇଁବାକୁ ମନା କରିଦେଇଥିଲେ । ଏହାପରେ ସଦା କିଛି ସମାଜସେବୀ ଯୁବକମାନଙ୍କ ସହାୟତାରେ ଲକ୍ଷ୍ମୀଙ୍କଶବକୁ କାନ୍ଧେଇ ଇନ୍ଦ୍ରାବତୀ ଶ୍ମଶାନକୁ ନେଇ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିଥିଲେ। ସେମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି