ପରିବର୍ତ୍ତନ ନିଶ୍ଚିତ ଆସିବ, ପରିସ୍ଥିତି ବଦଳିଯିବ : ଓମପ୍ରକାଶ ଚୌତାଲା

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):  ଦଳ ଟିକେଟ ଦେଲେ ମୁଁ ନିଶ୍ଚୟ ଲଢିବି । ଏଭଳି କିଛି କହିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମପ୍ରକାଶ ଚୌତାଲା । ୨୦୨୪ ନିର୍ବାଚନ ପାଇଁ ଓମପ୍ରକାଶ ନିଜକୁ ପ୍ରସ୍ତୁତ କରୁଛନ୍ତି। ୮୮ ବର୍ଷ ବୟସରେ ମଧ୍ୟ ନିର୍ବାଚନ ଲଢିବାକୁ ଆଗ୍ରହ ଥିବା କହିଛନ୍ତି । ସେ କହିଛନ୍ତି ନିର୍ବାଚନ ଲଢିବାକୁ କିଏ ଚାହେଁ ନାହିଁ? ଯଦି ମୋ ଦଳ ଟିକେଟ ଦିଏ, ମୁଁ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି।

ଅନ୍ୟପଟେ ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ଉପରେ କହିଛନ୍ତି ଯେ, ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ଗଠିତ ଗୋଷ୍ଠୀରେ ସମସ୍ତ ଦଳ ଯୋଗଦେବା ଉଚିତ୍‌। ପରିବର୍ତ୍ତନ ନିଶ୍ଚିତ ରୂପେ ଆସିବ । ପରିସ୍ଥିତି ବଦଳିଯିବ। ଏହି ସରକାରର ଦୁର୍ନୀତି ଶେଷ ହେବ ଏବଂ ଏକ ଭଲ ସରକାର ଗଠନ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ