Masthead

ବାତିଲ ହେଲା ନିର୍ବାଚନୀ ରାଲି

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନ ରାଲି ବାତିଲ କଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଶନିବାର ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଚବିହାରରେ ପ୍ରାଣ ହରାଇଥିଲେ ୪ଜଣ ଟିଏମସି କର୍ମୀ । ଏହାପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନାରେ ରଖି ନିର୍ବାଚନ କମିଶନ ସେହି ଅଞ୍ଚଳକୁ ଅସନ୍ତା ୭୨ଘଣ୍ଟା ପାଇଁ ରାଜନେତାଙ୍କ ପ୍ରବେଶକୁ ନିଷେଧ କରିଥିଲେ ।

ତେବେ ଗୁଳିକାଣ୍ଡର ସମୀକ୍ଷା କରିବାକୁ ଚତୁର୍ଥ ଦିନରେ କୁଚ ବିହାର ଗସ୍ତ କରିବେ ମମତା ବାନାର୍ଜୀ । ଏନେଇ ଆଜି ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି ମମତା । ସେହିଭଳି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କଥା ହୋଇ ଏପ୍ରିଲ ୧୪ରେ ସେମାନଙ୍କୁ ଦେଖା କରିବା ନେଇ କହିଛନ୍ତି ମମତା । ସେପଟେ ନିଜର ଏକ ଟ୍ୱିଟରେ ମମତା କହିଛନ୍ତି ମଡେଲ କୋଡ ଅଫ କଣ୍ଡକ୍ଟକୁ ନିର୍ବାଚନ କମିଶନ ମୋଦି କୋଡ ଅଫ୍ କଣ୍ଡକ୍ଟ ନାମରେ ନାମିତ କରିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ