Masthead

ଆଉ ଚଳିବନି ଦାଦାଙ୍କ ରାଜୁତି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅଶାନ୍ତ ହେଉଛି ରାଜଧାନୀ। ସବୁଠି ଚାଲିଛି ଗୁଣ୍ଡାଗର୍ଦ୍ଦି। ଲୋକାଲ ଦାଦାଙ୍କ କୃପା ନ ହେଲେ କିଛି କରିହେଉନି। ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ଜମି କିଣା ପର୍ଯ୍ୟନ୍ତ ସବୁଠି ଆଦାୟ ହେଉଛି ଦାଦାବଟି। ଭୁବନେଶ୍ୱର ସହର ସମେତ ଉପକଣ୍ଠ ଅଞ୍ଚଳ‌ରେ ଏହି ଦାଦାମାନଙ୍କ ଉତ୍ପାତ ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଏନେଇ ଥାନାକୁ ଅଭିଯୋଗ ଆସିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ପୋଲିସ ନିରବ ରହିଯାଉଛି।

ଏବେ କିନ୍ତୁ ଦାଦାଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ଜନସାଧାରଣଙ୍କୁ ଆତଙ୍କିତ କରି ରଖିଥିବା ତଥାକଥିତ ଦାଦାମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଏନ୍‌ଏସ୍‌ଏ ବଳରେ ମାମଲା ରୁଜୁ ହେବ। ଆଜି ପୋଲିସ ସେବା ଭବନରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ‘ଦାଦା’ମାନଙ୍କୁ ଖୋଜି ସାବାଡ୍ କରିବାକୁ ସମସ୍ତ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଇନ୍ସପେକ୍ଟରମାନଙ୍କୁ କୁହାଯାଇଛି ଯେ ସେମାନେ ନିଜ ନିଜ ଥାନା ଅଞ୍ଚଳରୁ ଦାଦାବଟି ଆଦାୟ କରୁଥିବା ଯୁବକଙ୍କୁ ଚିହ୍ନଟ କରିବେ। ବାରମ୍ବାର ଅଭିଯୋଗ ଆସୁଥିବା ଦାଦାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା