Masthead

‘ଆଖି ଆଗରେ ଜାଳି ଦେଲେ ଘର, ସ୍ୱାମୀ ଓ ପୁଅକୁ କଲେ ହତ୍ୟା’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ମଣିପୁର ଲଜ୍ଜା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ ବିବ୍ରତ ହୋଇଛି । ଏଯାବତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।  ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଛି। ସେପଟେ ଆଉ ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।

ମଣିପୁର ହିଂସା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ପୀଡିତାଙ୍କ ମାଆ । ଏହାସହ କିପରି ନିଜ ଆଖି ଆଗରେ ନିଜ ସ୍ୱାମୀ ଓ ପୁଅକୁ ବିଭତ୍ସ ଭାବେ ହତ୍ୟା କରାଗଲା, ତାହା ବର୍ଣ୍ଣନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରିଦିଆ ଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ ।

ପୁଣି ନିଜ ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ଅନ୍ୟପଟେ ଏହି ବର୍ବରକାଣ୍ଡ ପାଇଁ ରାଜରାସ୍ତାରୁ ଆରମ୍ଭ କରି ସଂସଦରେ ମଧ୍ୟ ହୋହଲ୍ଲା ମଧ୍ୟ ଦେଖିବାକୁ ମିଳିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧୀ ପ୍ରଡଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା