Masthead

ରାହୁଲଙ୍କ ଶୁଣାଣିରୁ ଦୂରେଇ ରହିବାକୁ ପ୍ରସ୍ତାବ ଦେଲେ ବି ଆର ଗାଭାଇ, ରାଜନୀତି ଓ ନ୍ୟାୟପାଳିକାର ସଂପର୍କକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ଶୁଣାଣିରେ ଦୂରେଇ ରଖିବାକୁ କହିଲେ ଜଷ୍ଟିସ ବି ଆର ଗାଭାଇ । କଂଗ୍ରେସ ସହ ଭଲ ସମ୍ପର୍କ ଥିବାରୁ ମାମଲାରୁ ନିବୃତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ । ଯାହାକୁ ନେଇ ବିଭିନ୍ନ ମହଲରେ କରାଯାଉଛି ଚର୍ଚ୍ଚା । ରାହୁଲ ଗାନ୍ଧିଙ୍କ ମାମଲାରେ ମତେ ଦୂରେଇ ରଖନ୍ତୁୁ । ମୋ ବାପା ଓ ଭାଇ କଂଗ୍ରେସରେ ସମ୍ପୃକ୍ତ ଥିଲେ । ଏହି କେସର ଶୁଣାଣିରେ ମତେ ଆପଣ ସାମିଲ କରିବାକୁ ଚାହୁଁଛନ୍ତି ନା ନାହିଁ? ଏଭଳି କିଛି ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଷ୍ଟିସ ବି ଆର ଗାଭାଇ ।

ମୋଦି ନାଁକୁ ନେଇ ହୋଇଥିବା ମାନହାନୀ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁଜୁରାଟ ସରକାର ଓ ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ରାହୁଲ ଗାନ୍ଧିଙ୍କ ଯାଚିକା ଉପରେ ଶୁଣାଣି କରୁଥିବା ବିଚାରପତି ବି ଆର ଗାଭାଇ ଏହି କେସରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଗାଭାଇ କହିଛନ୍ତି, “ମୋ ବାପା କଂଗ୍ରେସରେ ସମ୍ପୃକ୍ତ ଥିଲେ । ସେ କଂଗ୍ରେସର ସଦସ୍ୟ ନଥିଲେ, କିନ୍ତୁ ଦଳରେ ଜଡିତ ଥିଲେ । ସିଂଘଭି ଜୀ ଆପଣ ମଧ୍ୟ କଂଗ୍ରେସ ସହିତ ୪୦ ବର୍ଷରୁ ଅଧିକ ସମୟ ଧରି ଅଛନ୍ତି ।

ମୋର ଭାଇ କଂଗ୍ରେସ ଦଳର ସଦସ୍ୟ ଭାବେ ମଧ୍ୟ ରାଜନୀତରେ ସକ୍ରିୟ ଅଛନ୍ତି । କୃପା କରିକି ଆପଣମାନେ ନିଷ୍ପତି ନିଅନ୍ତୁ, ଏହି କେସର ଶୁଣାଣିରେ ମତେ ଆପଣ ସାମିଲ କରିବାକୁ ଚାହୁଁଛନ୍ତି ନା ନାହିଁ?” ସେପଟେ ରାହୁଲଙ୍କ ପକ୍ଷରୁ କେସ ଲଢୁଥିବା ଆଡଭୋକେଟ ସିଂଘଭି କହିଛନ୍ତି ଯେ, ମୋର କ୍ଲାଏଂଟ ୧୧୧ ଦିନର ସମସ୍ୟା ଭୋଗୁଛନ୍ତି । ପୂର୍ବରୁ ସେ ସଂସଦର ଏକ ଅଧିବେଶନରେ ଉପସ୍ଥିତ ହେବାରୁ ବଂଚିତ ହୋଇସାରିଛନ୍ତି । ୨୦୧୯ରେ କର୍ଣ୍ଣାଟକରେ ଏକ ରାଲି ସମୟରେ ‘ମୋଦି ସରନେମ’କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧି ।

ଯାହାକୁ ନେଇ ଉପୁଜିଥିଲା ବିବାଦ । ସୁରତ କୋର୍ଟ ତରଫରୁ ତାଙ୍କୁ ଅପରାଧିକ ମାନହାନିର ମାମଲା ଦାୟର କରାଯାଇଥିଲା । ଏହା ସହ ତାଙ୍କ ଦୁଇ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଫଳରେ ତାଙ୍କୁ ହରାଇବାକୁ ପଡିଥିଲା ଲୋକସଭାର ସଦସ୍ୟତା । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ ରାହୁଲ ଗାନ୍ଧି । ଏବଂ ହାଇକୋର୍ଟ ମଧ୍ୟ ଏହି ରାୟକୁ ବଳବତ୍ତର ରଖିଥିଲେ । ଯାହା ପରେ ରାହୁଲ ହାଇପୋର୍ଟଙ୍କ ରାୟକୁ ମଧ୍ୟ କରିଥିଲେ ଚ୍ୟାଲେଂଜ । ଏବଂ କଥା ପହଂଚିଥିଲା ସୁପ୍ରିମକୋର୍ଟରେ ।

ତେବେ ତାଙ୍କ ମାମଲାରେ ଶୁଣାଣି କରିବାରୁ ଦୂରେଇ ରଖିବା ପାଇଁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବି ଆର ଗାଭାଇ ।  ଦେଶରେ ନ୍ୟାୟପାଳିକାର ଭୂମିକା ଓ ମହତ୍ୱ ଯଥେଷ୍ଟ ଅଧିକ । ସବୁଠୁ ଉର୍ଦ୍ଧ୍ୱରେ ରହିଥାଏ ନ୍ୟାୟ ବ୍ୟବସ୍ଥା । ତେବେ ଗାଭାଇଙ୍କ ଏଭଳି ମନ୍ତବ୍ୟ ପରେ ରାଜନୀତି ଓ ନ୍ୟାୟପାଳିକା ମଧ୍ୟର ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି