Masthead

ଆଜି ହେଉଛି ବିଶ୍ୱ ଆମ୍ବ ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଆମ୍ବ ଦିବସ । ପ୍ରାୟତଃ ଆମ୍ବ ଅନେକଙ୍କ ପ୍ରିୟ ଫଳ । ଆପଣ ଜାଣିଛନ୍ତି କି, ଓଡ଼ିଶାର ଢେଙ୍କାନାଳରୁ ଆମ୍ରପଲି ଆମ୍ବ ଦୁବାଇକୁ ରପ୍ତାନି ହୁଏ । ସମଗ୍ର ବିଶ୍ୱରେ ଏସୀୟ ଜଳବାୟୁରେ ଉତ୍ପାଦିତ ଆମ୍ବର ଚାହିଦା ଅଧିକ । ଯେଉଁଥିରୁ ଢେଙ୍କାନାଳର ଆମ୍ରପଲି ଆମ୍ବ ଅନ୍ୟତମ । ଆମ୍ବ ହେଉଛି ଗ୍ରୀଷ୍ମକାଳୀନ ଫଳ । ଖରାଦିନେ ଭାରତରେ ଆମ୍ବ ବ୍ୟବସାୟ ଜୋର ଧରିବା ସହ ବିଦେଶକୁ ମଧ୍ୟ ରପ୍ତାନି ହୁଏ ।

ଗବେଷକଙ୍କ ମୁତାବକ ପାଖାପାଖି ୪ହଜାର ବର୍ଷ ତଳେ ପ୍ରଥମେ ଭାରତରେ ଆମ୍ବ ଚାଷ ହୋଇଥିଲା । ସ୍ୱାଦରେ ପରିପୂର୍ଣ୍ଣ ଆମ୍ବର ଔଷଧୀୟ ଗୁଣ ବିଷୟରେ ଅବଗତ କରାଇବା ପାଇଁ ଜୁଲାଇ ୨୨ରେ ବିଶ୍ୱ ଆମ୍ବ ଦିବସ ପାଳନ କରାଯାଉଛି । ORMAS ମଧ୍ୟ ଦିଲ୍ଲୀର ମଦର ଡାଏରୀ ଏବଂ ଅନ୍ୟ କ୍ରେତାମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇଥାଏ । ପ୍ରିୟ ଫଳକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨ ରେ ଜାତୀୟ ଆମ୍ବ ଦିବସ ପାଳନ କରାଯାଏ । ଭାରତୀୟ ସଂସ୍କୃତିରେ ଏହାର ସମୃଦ୍ଧ ଇତିହାସ ରହିଛି ଏବଂ ସର୍ବଭାରତୀୟ ସ୍ତରରେ ଏହି ଫଳକୁ ଉପଭୋଗ କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ