Masthead

ଚିରାଗ ହେଲେ ହନୁମାନ, କିଏ ରାମ?

ପାଟନା, (ବଡ଼ ଖବର ବ୍ୟୁରୋ): ପୁରାଣରେ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ହନୁମାନ। ତାଙ୍କର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର। ଶୟନେ, ସପନେ, ଜାଗରଣେ ହନୁମାନ କେବଳ ଶ୍ରୀରାମଙ୍କୁ ହିଁ ଆରାଧନା କରନ୍ତି। ଇଏତ ଗଲା ପୁରାଣ କଥା। ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନର କଥା। ଆଜି ମଧ୍ୟ ହନୁମାନ ଅଛନ୍ତି। ସେ ନିଜକୁ ହନୁମାନ ବୋଲି କହି ବୁଲୁଛନ୍ତି। ଜାଣନ୍ତୁ ଏଇ ହନୁମାନ ଓ ଶ୍ରୀରାମ କିଏ?

ବିହାର ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ। ବିଭିନ୍ନ ଦଳର ନେତା ଚଳାଇଛନ୍ତି ପ୍ରଚାର। କୋଭିଡ କଟକଣା ଭିତରେ ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ମାଗୁଛନ୍ତି ଭୋଟ। ଆୟୋଜିତ ହେଉଛି ନିର୍ବାଚନୀ ସଭା ଓ ରାଲି। ଏକ ନିର୍ବାଚନୀ ସଭାରେ ଲୋକ ଜନଶକ୍ତି ପାର୍ଟି ସୁପ୍ରିମୋ ଚିରାଗ ପାଶୱାନ ନିଜକୁ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତ ହନୁମାନ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଶ୍ରୀରାମଚନ୍ଦ୍ର ଆଖ୍ୟା।

ହନୁମାନ ନିଜ ଛାତି ଚିରି ପ୍ରଭୁ ଶ୍ରୀରାମ, ଦେବୀ ସୀତା ଓ ଲକ୍ଷ୍ମଣଲାଲଙ୍କୁ ଦେଖାଇଥିଲେ। ଚିରାଗ କହିଛନ୍ତି, ‘ମୋ ଛାତି ଚିରିଦେଲେ ମୋଦିଜୀ ହିଁ ଦେଖାଯିବେ’। ଏହି ନିର୍ବାଚନୀ ସଭାରେ ମୋଦି ଭକ୍ତ ଚିରାଗଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା