ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ବାବୁଙ୍କ ଶାସନ କାଳ ଜ୍ୟୋତି ବସୁଙ୍କଠୁ ଅଧିକ ହୋଇଛି । ଏହା ସତ୍ୟ କିନ୍ତୁ ଏହି ୨୩ ବର୍ଷ ୧୩୮ ଦିନ ଭିତରେ ପ୍ରତିଶ୍ରୁତି ଦେବା ଓ ପାଳନ ନକରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଜନପ୍ରତିନିଧିମାନେ ସାଂସଦ, ବିଧାୟକ, ମନ୍ତ୍ରୀଙ୍କଠୁ ନେଇ ସରପଞ୍ଚଙ୍କ ପର୍ଯ୍ୟନ୍ତ ଜଣେ ସଚିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ଚୌକି ପକାଉଛନ୍ତି ।
ଲୋକ ଯୋଗାଡ଼ କରୁଛନ୍ତି ଏହାବି ନବୀନ ବାବୁଙ୍କ ୨୩ ବର୍ଷ ଶାସନର ଆଉ ଏକ ରେକର୍ଡ । ଏପରିକି ଭାରତୀୟ ରାଜନୀତି ଇତିହାସରେ ବି ଏକ ରେକର୍ଡ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚାଷୀଙ୍କ ରୋଜଗାର ଦୁଇଗୁଣ, ଦାଦନ ସମସ୍ୟାର ସମାଧାନ, ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଅପପୃଷ୍ଟି ଭଳି ପ୍ରତିଶ୍ରୁତି ପାଳନ ନ କରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ ।