ଭଦ୍ରକ (ବଡ଼ ଖବର ବ୍ୟୁରୋ): ନୃଶଂସ ସ୍ୱାମୀ । ସ୍ତ୍ରୀ ଓ ପୁଅକୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ । ଏକ ଭଡା ଘରୁ ମାଆ ଓ ପୁଅର ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିବାରିକ କଳହରୁ ମାଆ ଓ ପୁଅକୁ ବାପା ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଅଭିଯୁକ୍ତ ହେଲେ ଉମେଶ ନାୟକ । ହତ୍ୟା କରି ଉମେଶ ଫେରାର ହୋଇଯାଇଥିଲେ । ପରେ ପୋଲିସ ଖୋଜାଖୋଜି କରି ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ଘର ବନ୍ତ ଅଞ୍ଚଳରେ ହୋଇଥିବାବେଳେ ସେମାନେ କୁଶଗଡିଆରେ ଭଡାରେ ରହୁଥିଲେ।