ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ବର୍ବରତାକୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ବିରୋଧୀମାନେ ସରକାରଙ୍କୁ କରୁଛନ୍ତି ଟାର୍ଗେଟ । ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ ବିବ୍ରତ ହୋଇଛି । ଏଯାବତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଛି। ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି।
ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି କି ସେମାନେ ବି ଏହି ବତର୍କରେ ସାମିଲ ହୁଅନ୍ତୁ। ରାଜ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ଅନୁରୋଧ କରିଛନ୍ତି ଅନୁରାଗ ଠାକୁର ।