Masthead

ସଂସଦରେ ମଣିପୁର ତାତି, ସସପେଣ୍ଡ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାକୁ ନେଇ ହଙ୍ଗାମାଜାରି । ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଲ୍ଲାବୋଲ । ଦୁଇ ମହିଳାଙ୍କ ସହିତ ହୋଇଥିବା ଅଭାବନୀୟ ନିର୍ଯାତନା ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ମଣିପୁରରେ ଏଭଳି ହଂସା କାହିଁକି ଘଟଣା । ସରକାର ଏହାର ଉତ୍ତର ଦିଅନ୍ତୁ କହି ଆପ୍ ସାଂସଦ ସଞ୍ଜୟ ସିଂ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଚୌକି ସମ୍ମୁଖକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ବଡ଼ ପାଟିରେ ହୋହଲ୍ଲା କରି ମାଗିଥିଲେ ଜବାବ । ସଭାପତି ଏନେଇ ଶାନ୍ତ ହେବାକୁ କହିଥିଲେ ମଧ୍ୟ ଶୁଣିନଥିଲେ ସଞ୍ଜୟ ।

ଏହାରି ମଧ୍ୟରେ ବିଜେପି ସାଂସଦ ପୀୟୁଷ ଗୋୟଲ କହିଥିଲେ, ସଞ୍ଜୟଙ୍କର ଏଭଳି ବ୍ୟବହାର ଠିକ ନୁହେଁ । ଏହା ସଂସଦର ନିୟମ ବିରୁଦ୍ଧ ଅଟେ । ସେ ମୋସନ ଆଣିଥିଲେ, ସଂଜୟ ସିଂହଙ୍କୁ ନିଲମ୍ବିତ କରାଯାଉ । ଏହି ପ୍ରସ୍ତାବରେ ସଭାପତି ଜଗଦୀପ ଧନଖଡ ସଞ୍ଜୟ ସିଂହଙ୍କୁ ବାରମ୍ବାର ନିୟମକୁ ଉଲଙ୍ଘନ କରିବା କହି ଚଳିତ ମୌସୁମୀ ଅଧିବେଶନର ବଳକା କାର୍ଯ୍ୟ ଦିବସରୁ ସସପେଣ୍ଡ କରିଥିଲେ । ଯାହାର ତୀବ୍ର ପ୍ରତିବାଦ କରିଛି ଆମ୍ ଆଦମୀ ପାର୍ଟି । ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ବିରୋଧୀ ପଛଘୁଂଚା ଦେଉଛନ୍ତି । ମଣିପୁର ହିଂସା ଭିତରେ ଆରୋପ-ପ୍ରତ୍ୟାରୋପର ରାଜନୀତି ଲୋକସଭା ଓ ରାଜ୍ୟସଭାରେ ଦେଖିବାକୁ ମିଳୁଛି । ପ୍ରସଙ୍ଗ ଥମିବା ବଦଳରେ ଉଗ୍ରରୂପ ଧାରଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ