ନୀତୀଶଙ୍କ ବିରୋଧରେ ପୋଷ୍ଟର, ୩ ଗିରଫ

ବିହାର  (ବଡ଼ ଖବର ବ୍ୟୁରୋ):  ଜୁଲାଇ ୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ବିରୋଧୀ ଦଳର ବୈଠକ । ବିହାରର ମୁଖ୍ୟମନ୍ତ୍ରୀ ନୀତୀଶକୁମାର ବେଙ୍ଗାଲୁରୁ ଗସ୍ତ କରିଥିବାବେଳେ କେହି ଜଣେ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇ ଦେଇଥିଲେ। ଯାହାକୁ ନେଇ କର୍ଣ୍ଣାଟକ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଏମାନେ ହେଉଛନ୍ତି ଶ୍ରୀରାମ, ନନ୍ଦକୁମାର ଓ ମୋହନ। ଏମାନେ ସମସ୍ତେ ବେଙ୍ଗାଲୁରୁର ଶେଷାଦ୍ରିପୁରମ ବାସିନ୍ଦା ବୋଲି ଜଣାପଡ଼ିଛି । ପୋଲିସ କହିଛି ଯେ ଅଭିଯୁକ୍ତମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସହରର ୨୦ଟି ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦର ରୋଡରେ ଏଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ରାଜନୈତିକ ନେତାଙ୍କ ସମ୍ପୃକ୍ତି ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ପୋଷ୍ଟରରେ ନୀତୀଶଙ୍କୁ ଉଦେ୍ଦଶ୍ୟ କରି ଲେଖାଯାଇଥିଲା ଅଥୟ ପ୍ରଧାନମନ୍ତ୍ରୀ ପ୍ରତିଦ୍ୱନ୍ଦୀ । ବିହାର ସରକାରଙ୍କ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ୱାଗତମ । ଭାଙ୍ଗିପଡ଼ୁଥିବା ସୁଲତାନଗଞ୍ଜ ସେତୁ ହେଉଛି ବିହାର ପ୍ରତି ନୀତୀଶଙ୍କ ଉପହାର । ତାଙ୍କ ଶାସନରେ ବିହାରର ସେତୁ ସବୁ ତିଷ୍ଠି ପାରୁ ନଥିବା ବେଳେ ତାଙ୍କୁ ବିରୋଧୀ ଦଳଙ୍କ ପ୍ରଚାର ଅଭିଯାନର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା